Odiapua.com

କୃଷି ଆଇନ ବିରୁଦ୍ଧରେ ପ୍ରଦେଶ ଛାତ୍ର କଂଗ୍ରେସର ମଶାଲ ଶୋଭାଯାତ୍ରା

ଭୁବନେଶ୍ୱର ୩୦-୯ (ଓଡ଼ିଆ ପୁଅ) ଗତକାଲି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷକ ବିରୋଧି ଆଇନକୁ ବିରୋଧ କରି ମଙ୍ଗଳବାର ଦିନ ସନ୍ଧ୍ୟାରେ ଭୁବନେଶ୍ୱର ରାଜମହଲ ଛକ ଠାରୁ ମାଷ୍ଟର କ୍ୟାଂଟିନଛକ ପର୍ଯନ୍ତ ଛାତ୍ର ନେତା ଆଦିତ୍ୟ ପ୍ରିତମ ଦାସଙ୍କ ନେତୃତ୍ୱରେ ମଶାଲ ର‌୍ୟାଲି କରାଯାଇଥିଲା। ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ସମ୍ଭବ ପଟ୍ଟନାୟକ, ସୌମ୍ୟରଞ୍ଜନ ଜେନା, ପ୍ରତ୍ୟୁଷ ଦାସ, ସ୍ମୃତିଶ୍ରୀ ଅଭିନାଶ, ଦେବଶ୍ରୀ ବାଲ, ଅମିତ୍ ରାୟ, ସଂଜିବ ଶିବାଶିଷ, ବିଶ୍ୱଭୂଷଣ ରାଣାଙ୍କ ସମେତ ଅନେକ ଛାତ୍ର ନେତା ଯୋଗଦେଇଥିଲେ।