ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ ବିରୋଧରେ ସାରା ଦେଶରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତବନ୍ଦ ଆନ୍ଦୋଳନ କରାଯାଇଥିଲା ।ସାରା ଦେଶରେ ହଜାର ହଜାର ଚାଷୀମାନେ ଏବଂ ବିଭିନ୍ନ ଚାଷୀ ସଂଗଠନର କର୍ମକର୍ତ୍ତା ଶାନ୍ତିପୂର୍ଣ୍ଣ ଭାବରେ ଭାରତବନ୍ଦ ଆନ୍ଦୋଳନକ ପାଳନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକ ସର୍ବନାଶକାରୀ ତିନୋଟି କୃଷିବିଲ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବୀରେ ଆଜି ଭଦ୍ରକରେ ବିଭିନ୍ନ ଚାେୀ ସଂଗଠନ ଯଥା- ଏଆଇକେଏମ, ଏଆଇକେଏସ,ଏଆଇକେକେଏମଏସ,ଏଆଇକେଏସ, ବାମପନ୍ଥୀ ଦଳ ସିପିଆଇ, ସିପିଆଇଏମ, ସିପିଆଇ(ଏମ୍-ଏଲ୍)ଲିବରେସନ,ଏସଯୁସିଆଇ ସମସ୍ତ ସଂଗଠନ ସମେତ ବ୍ୟାଙ୍କ, ବୀମା,ଇନ୍କମ୍୍ ଟ୍ୟାକ୍ସ,ଠଏସଆରଯୁର ସମସ୍ତ ସଂଗଠନର କର୍ମକର୍ତ୍ତାମାନେ ଭାରତବନ୍ଦ ଆନ୍ଦୋଳନକୁ ଜୋରଦାର ପାଳନ କରାଯାଇଥିଲା । ସକାଳ ୬ଘଟିକାଠାରୁ ବିଭିନ୍ନ ସଂଗଠନର କର୍ମକତ୍ତାମାନେ ୧୬ନଂ ଜାତୀୟ ରାଜପଥ ଅଚଳ କରିବା ସହିତ ରେଳଷ୍ଟେସନ ପାଖରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ଦପ୍ତର ଏବଂ ସହର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା । ଭଦ୍ରକ ସହରରୁ ବିଭିନ୍ନ ଅଞ୍ଚଳକୁ ଯାତ୍ରୀବାହୀ ବସ୍, ମାଲବାହୀ ଗାଡିଗୁଡିକ ଶତାଧିକ ଯାନବାହାନ ଠଫ୍ ହୋଇଯାଇଥିଲା ।ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି(ଏଆଇକେଏସସିସି) କେନ୍ଦ୍ରର ଜନବିରୋଧୀ, କୃଷକ ବିରୋଧୀ,ଶ୍ରମିକ ବିରୋଧ ମୋଦି ସରାକାରଙ୍କ ବିରୋଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।
ଏହି ଆନ୍ଦୋଳନକୁ ନିର୍ଣ୍ଣାୟକ ଭୂମିକାରେ ନେତୃତ୍ୱ ନେଇଥିଲେ ଶ୍ରମିକ ନେତା ଦିବ୍ୟସଂହ ନାୟକ, ସମର ବଳ, ଶୁଭେନ୍ଦ୍ର ପ୍ରତାପ ମହାନ୍ତି,ରାଧା ଦାସ,ନିରଞ୍ଜନ ପାଣି, ସଂଗ୍ରାମ ବଳ,ରମେଶ ନାୟକ,ଜୟନ୍ତୀ ବିଶ୍ୱାଳ ,ସଂଗ୍ରାମ ବଳ,ନିଃସ୍ୱାର୍ଥପର ସମାଜସେବୀ କୁମାର ଗଙ୍ଗାଧର,ବ୍ୟାଙ୍କ ନେତା ଜଗନ୍ନାଥ ରାଉତ,ବିମ୍ବାଧର ବାରିକ୍ ପ୍ରମୁଖ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ କୃଷିବିଲ୍ ଉପରେ ବିଷୋଧଗାର କରିଥିଲେ । କୃଷକ-କୃଷିବ୍ୟବସ୍ଥା ଧ୍ୱଂର୍ସକାରୀ,କଣ୍ଟାକ୍ ଫାମିର୍ଣ୍ଣି,ଠିକାଚାଷ, ଚୁକ୍ତ୍ିବଦ୍ଧ ଚାଷ ଆଇନ୍ ୨୦୨୦କୁ ରଦ୍ଧ କରିବା, କୃଷକ ବିରୋଧୀ କୃଷି ଆଇନ୍କୁ ପ୍ରତ୍ୟାହାର କରିବା,ଜନବିରୋଧୀ ଏବଂ କୃଷକ ବିରୋଧୀ ନୂତନ ବିଦ୍ୟୁତ୍ ସଂଶୋଧନ ବିଲ୍ ଆଇନ୍ ୨୦୨୦କୁ ରଦ୍ଧ କରିବା, ଖାଉଟି ଓ କୃଷକ ବିରୋଧୀ ଅତ୍ୟାବଶକ ସାମଗ୍ରୀ(ସଂଶୋଧନ ଆଇନ୍) ୨୦୨୦ ରଦ୍ଧ କରିବା, ସରକାରୀ ନିୟନ୍ତ୍ରିତ ମଣ୍ଡିବ୍ୟବସ୍ଥାକୁ ସୁଦୃଢ କରି ସମସ୍ତ କୃଷିଜାନ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ପ୍ରଦାନ ପାଇଁ ସୁନିଶ୍ଚିତ କରିବା,ଚାଷୀକୁ ମିଳୁଥିବା ସମସ୍ତ ସରକାରୀ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ କରିବା, ଧାନ କୁଇଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୩ହଜାରଟଙ୍କା ଧାର୍ଯ୍ୟ କରିବା,ପେଟ୍ରୋଲ, ଡିଜେଲ ଅହେତୁକ ଦରବୃଦ୍ଧି ବନ୍ଦ କରିବା ଆଦି ଦାବୀରେ ସାରା ଦେଶ ତମାମ୍ ଭାରତବନ୍ଦ ଶତପ୍ରତିଶତ ସଫଳ ହୋଇଛି । ଏହି ଆନ୍ଦୋଳନରେ ବିନୋଦ ସାହୁ ଏସକେ କାଲୁ, ଏସକେ କମର,ଭାଗିରଥି ପ୍ରଧାନ, ଲମ୍ବୋଧର ପ୍ରଧାନ, ରମାକାନ୍ତ ଦାସ,କିଶୋର ଜେନା, ସୁବ୍ରତ ସାମଲ, ସଞ୍ଜୟ ମହାନ୍ତି, ଜଗନ୍ନାଥ ବେହେରା,ପ୍ରତାପ ପଟ୍ଟନାୟକ, ନବକିଶୋର ବେହେରା,ଶାନ୍ତି ନାୟକ , ମଦନ ଘଡେଇ, କାଳନ୍ଦୀ ପାତ୍ର,ବାମଦେବ ମିଶ୍ର, ମହେଶ୍ୱର ନାୟକ,ଅବଦୁଲ ତୌରନ୍, ପୁର୍ଣ୍ଣଚନ୍ଦ୍ର ଦାସ, ତାରାକାନ୍ତ ଧଳ,ଗୋପାଳ ମହଲ୍ଲ,କୈଳାସ ଜେନା,ଫକୀର ବେହେରା, ଉମାକାନ୍ତ ମହାପାତ୍ର ପ୍ରମୁଖ ଭାଗନେଇଥିଲେ । ଏହି ଜନହୀତକାରୀ ଭାରତବନ୍ଦ ଆନ୍ଦୋଳନକୁ ଭଦ୍ରକ ଜିଲ୍ଲାବାସୀ ନୈତିକ ସମର୍ଥନ ଜଣାଇଥିବାରୁ ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଧନ୍ୟବାଦଜ୍ଞାପନ କରିଥିଲେ ।