Odiapua.com

କୃଷକ ସହଯୋଗ ନନ୍ଦକିଶୋର ହାଇସ୍କୁଲରେ ପୂଜ୍ୟପୂଜା କାର୍ଯ୍ୟକ୍ରମ

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାହାବଳପୁର ପଞ୍ଚାୟତ ଅଧୀନ କୃଷକ ସହଯୋଗ ନନ୍ଦକିଶୋର ହାଇସ୍କୁଲ ପରିସରରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ପୂଜ୍ୟପୂଜା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକମାନେ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ପାଢ଼ୀଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ୧୯୯୮ ଶିକ୍ଷାବର୍ଷର ପୁରାତନ ଛାତ୍ରଛାତ୍ରୀମାନେ ଗୁରୁ ପୂଜନ କରିବା ସହ ସମସ୍ତ ଗୁରୁଜୀଙ୍କୁ ମାନପତ୍ର୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବିଶିଷ୍ଟ ଶିଶୁ ସାହିତ୍ୟିକ ବାଇଧର ନାୟକଙ୍କ ରଚିତ ‘ସମ୍ବର୍ଦ୍ଧନା’ ସଂଗୀତ ଗାନ କରାଯାଇ ଗୁରୁପୂଜନ କରାଯାଇଥିଲା । ଏଥିରେ ଶିକ୍ଷକ ପୂର୍ଣ୍ଣାନନ୍ଦ ଦାସ, ରବି ରାୟ, ବିନୟ କୁମାର ବେହୁରିଆ, ନଟବର ରାଉଳ, କାହ୍ନୁ ଚରଣ ଦାସ, ବିଷ୍ଣୁ ଚରଣ ବେହେରା, ହୃଷିକେଶ ପାଢ଼ୀ, ବସନ୍ତ କୁମାର ବାରିକ ପ୍ରମୁଖ ଯୋଗ ଦେଇ ଗୁରୁ-ଛାତ୍ର ପରମ୍ପରା ଉପରେ ବକ୍ତବ୍ୟ ରଖିଥିଲେ । ଅଲେଖ ପ୍ରସାଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବଂଶୀଧର ଦାସ, ମୀନକେତନ ସାହୁ, ରମାକାନ୍ତ ମହାନ୍ତି, ଅକ୍ଷୟ କୁମାର ମଲ୍ଲିକ, ଚନ୍ଦ୍ରକାନ୍ତ ବାରିକ, ସନ୍ଥ ମାଝୀ, ଅଭୟ ଦତ୍ତ, ପୁରସ୍ତମ କୁଅଁର, ଦୈତାରୀ ଦାସ, ଶରତ ସୂତାର, ମଂଜୁଲତା ଦାସ, ଜାନକୀ ପଣ୍ଡା, ସରସ୍ୱତୀ ମଲ୍ଲିକ, ଭବଶଙ୍କର ଜାନା, ବିଦ୍ୟାଧର ମାଝୀ, ଶରତ ମାଝୀ, ଭରତ ମାଝୀ, କୈଳାସ ଚନ୍ଦ୍ର ବାରିକ, ଗାୟତ୍ରୀ ସାହୁ, ବୈଲୋଚନ ବେହେରା, ପ୍ରଶାନ୍ତ ବାରିକ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ମୋ ସ୍କୁଲ ଯୋଜନାକୁ ଆର୍ଥିକ ରାଶି ପ୍ରଧାନ ଶିକ୍ଷକଙ୍କ ଜରିଆରେ ପ୍ରଦାନ କରିଥିଲେ ।