Odiapua.com

କୃଷକ ଦିବସରେ ବୃକ୍ଷରୋପଣ

ଭଦ୍ରକ,୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଅକ୍ଷୟ ତୃତୀୟା ଓ କୃଷକ ଦିବସରେ ଆଜି ଦୋବଲ କାଳି ପଡ଼ିଆ ଠାରେ ସ୍ଥାନୀୟ ଅଂଚଳର ସମାଜ ସେବୀ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ବୈଦିକ ଯଜ୍ଞ କମିଟି ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କରୋନା କଟକଣା ନିୟମ ମାନି ସମଦୂରତା ରକ୍ଷା କରାଯାଇ ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ସମାଜସେବୀ ରବିନ୍ଦ୍ର ନାଥ କର, କୃତିବାସ ତ୍ରିପାଠୀ, ସ୍ଥାନୀୟ ସରପଂଚ ବିଷ୍ଣୁ ଚରଣ ଦାସ ଓ ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର ବୃକ୍ଷରୋପଣ କରିଥିଲେ । ଅନ୍ୟମନଙ୍କ ମଧ୍ୟରେ ଆଇନ୍‌ଜୀବୀ ରଞ୍ଜିିତ କୁମାର ମହାନ୍ତି, ଛତିସ କୁମାର ସାମଲ, ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା, ସରୋଜ କୁମାର ସେଠୀ, ପ୍ରଶାନ୍ତ କୁମାର ସାହୁ, ଜ୍ଞାନେନ୍ଦ୍ର କୁମାର ସାହୁ, କମଳାକାନ୍ତ ଦାସ, ସରୋଜ କୁମାର ଧଳ, ଅନିଲ କୁମାର ସାମଲ, ରବିନ୍ଦ୍ର କୁମାର ବେହେରା, ପ୍ରଦୀପ କୁମାର ପଣ୍ଡା, ପଞ୍ଚାନନ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଏଥିରେ ମୁଖ୍ୟ ଉଦ୍ୟକ୍ତା ନାରାୟଣଚନ୍ଦ୍ର ସାହାଣି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।