Odiapua.com

କୃଷକ ଉତ୍ପାଦନ କମ୍ପାନୀର ପ୍ରଶିକ୍ଷଣ ଶିବିର

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଠାରେ ସାହାନାଇ ମଣ୍ଡପରେ ଆଜି ବାବା ସ୍ୱପ୍ନେଶ୍ୱର ଓ ଆଖଣ୍ଡଳମଣୀ ପରିଷଦର ନିର୍ଦ୍ଦେଶକ ମାନଙ୍କର ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ନାବାର୍ଡ଼ ସହାୟତାରେ ଅନୁଷ୍ଠିତ ହୋଇଯାଇଛି । ଦୁଇଟି କୃଷକ ଉତ୍ପାଦନ କମ୍ପାନୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନାବାର୍ଡ଼ର ଜିଲ୍ଳା ବିକାଶପ୍ରବନ୍ଧକ ପ୍ରମୋଦ କୁମାର ବେହେରା, କୃଷି ବିଭାଗର ଅଧିକାରୀ ମାନସ ରଂଜନ ରାଉତ, ଉଦ୍ୟାନ ବିଭାଗର ଅଧିକାରୀ ଚିତ୍ତରଂଜନ ମଲ୍ଲିକ, ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀ ଦିଗ୍‌ବିଜୟ ଗିରି, ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଦୋବଲ ଶାଖାର ପରିଚାଳକ ସନ୍ତୋଷ କୁମାର ମଲ୍ଳିକ, ଉଠାଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଭୀମସେନ ମଲ୍ଳିକ, ଓଡ଼ିଶା ଜୀବିକା ମିଶନର ବିପିଏମ୍ ପିତବାସ ବିଶ୍ୱାଳ, ବିପିସି ସନ୍ଦିପ୍ତା ଦାସ, ଧାନ ଫାଉଣ୍ଡେସନର ସଂଯୋଜକ ବିରଜା ପ୍ରସାଦ ସିଂ ସମେତ ଗଠନକାରୀ ସଂସ୍ଥା ତଥା ନେତାଜୀ ଯୁବକସଂଗ ଓ ଶାନ୍ତାଗନ୍ତା ଫାଉଣ୍ଡେସନର ସଭାପତି ଓ ସମ୍ପାଦକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ସମସ୍ତ ପରିଷଦର ନିର୍ଦ୍ଦେଷକ ମାନଙ୍କୁ ବିଭିନ୍ନ ବିଭାଗୀୟ ଯୋଜନା ଉପରେ ପ୍ରଶିକ୍ଷଣ ପ୍ରଦାନ କରିବା ସହ କୃଷକ ଉତ୍ପାଦନ କମ୍ପାନୀର ବିକାଶ ନିମିତ୍ତ ଦିଗ୍‌ଦର୍ଶନ ଦେଇଥିଲେ ।