Odiapua.com

କୃଷକ ଆନ୍ଦୋଳନ: ରାକେଶ ଟିକାଇତଙ୍କ କାନ୍ଦିବା ଭିଡ଼ିଓ ଭାଇରଲ ହେବା ପରେ ଆନ୍ଦୋଳନରେ ନୂଆ ମୋଡ଼, ମହାପଞ୍ଚାୟତରେ ଭିଡ଼, ନିଆଗଲା ଏହି ନିଷ୍ପତ୍ତି

ନୂଆଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ସାହାଣୀ) : ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସା ଓ ଗଣ୍ଡଗୋଳ ଘଟଣା ପରେ କୃଷକ ଆନ୍ଦୋଳନ ଥମି ଯାଇଥିଲା। ଲାଗୁଥିଲା ଯେପରି କୃଷକ ଆନ୍ଦୋଳନ ଶେଷ ହୋଇଯିବ, କିନ୍ତୁ ଭାରତୀୟ କିସାନ ୟୁନିଅନର ନେତା ରାକେଶ ଟିକାୟତଙ୍କ ଲୁହ (କାନ୍ଦ) ଭିଡ଼ିଓ ସାମ୍ନାକୁ ଆସିବା ପରେ ଗାଜିପୁର ସୀମା (ବର୍ଡର)ରେ ପୁଣି ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ଲାଗିଲାଣି।

ରାକେଶ ଟିକାୟତଙ୍କ ଲୁହ ଏବଂ ଆତ୍ମହତ୍ୟା କରିବାର ଧମକ ପରେ ତାଙ୍କ ବଡ଼ ଭାଇ ନରେଶ ଟିକାଇତ ଆଜି ଗାଁରେ ମହାପଞ୍ଚାୟତର ଆୟୋଜନ କରି କୃଷକ ଆନ୍ଦୋଳନକୁ ମଜବୁତ କରିବାକୁ ଶପଥ ନେଇଥିଲେ। ଗୁରୁବାର ଦିନ ରାତିରେ ମହାପଞ୍ଚାୟତ ଡାକିବାକୁ ନିଷ୍ପତ୍ତି ନିଆଯାଇଥିଲା ଯେବେ ରାକେଶ ଟିକାୟତଙ୍କର ଗଣମାଧ୍ୟମ ଆଗରେ କାନ୍ଦିଥିଲେ ଓ ଆରୋପରେ କହିଥିଲେ ବିଜେପି ବିଧାୟକମାନେ ତାଙ୍କୁ ଓ ତାଙ୍କ ସମର୍ଥକମାନଙ୍କୁ ଦୁର୍ବ୍ୟବହାର ଓ ଗାଳି ଧମକ ଆଦି ଦେଉଛନ୍ତି।

ମହାପଞ୍ଚାୟତରେ ଭାରତୀୟ କିସାନ ୟୁନିଅନ୍ର ମୁଖ୍ୟ ନରେଶ ଟିକାଇତ କୃଷକମାନଙ୍କୁ ଦିଲ୍ଲୀ ନୁହେଁ ଗାଜିପୁର ସୀମା (ବର୍ଡର)କୁ ଯିବାକୁ କହିଥିଲେ। ସେ କହିଛନ୍ତି ଯେ ଏହି ଆନ୍ଦୋଳନ ଆହୁରି ଆଗକୁ ଜାରି ରହିବ। ମହାପଞ୍ଚାୟତରେ କୁହାଯାଇଥିଲା ଯେ ବହୁ ସଂଖ୍ୟାରେ ଚାଷୀ ଗାଜିପୁର ସୀମାରେ ପହଞ୍ଚି ସାରିଛନ୍ତି, କିନ୍ତୁ ଆସନ୍ତାକାଲି ସମସ୍ତଙ୍କୁ ଚାଲିବାକୁ ପଡ଼ିବ।

ମହାପଞ୍ଚାୟତରେ ଭାଗ ନେବାକୁ ରାଷ୍ଟ୍ରିୟ ଲୋକ ଦଳ ଉପାଧ୍ୟକ୍ଷ ଜୟନ୍ତ ଚୌଧୁରୀ, ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏବଂ ସମାଜବାଦୀ ପାର୍ଟିର ବହୁ ନେତା ପହଞ୍ଚିଛନ୍ତି। ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଟ୍ୱିଟ୍ କରି କହିଛନ୍ତି ଯେ ସେ ରାକେଶ ଟିକାଇତଙ୍କ ସହ କଥା ହୋଇଛନ୍ତି। ସେ କହିଛନ୍ତି ଯେ ବିଜେପି ସରକାର ଯେଉଁଭଳି ଭାବେ କୃଷକ ନେତାମାନଙ୍କୁ ଦୋଷାରୋପ କରିଛନ୍ତି ଏବଂ ନିର୍ଯାତନା ଦେଉଛନ୍ତି, ସମଗ୍ର ଦେଶ ଏହା ଉପରେ ନଜର ରଖିଛି।

ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଶୁକ୍ରବାର ଦିନ ଟେଲିଫୋନ୍‌ରେ କୃଷକ ନେତା ରାକେଶ ଟିକାଇତଙ୍କ ସହ କଥା ହୋଇଥିଲେ। ପରେ ଯାଦବ କହିଛନ୍ତି ଯେ ବିଜେପି ସରକାର କିପରି କୃଷକ ନେତାମାନଙ୍କୁ ନିର୍ଯାତନା ଦେଉଛନ୍ତି, ସମଗ୍ର ଦେଶ ଏହା ଉପରେ ନଜର ରଖିଛି। ଯାଦବ ଶୁକ୍ରବାର ଦିନ ଟ୍ୱିଟ୍ କରି କହିଛନ୍ତି ଯେ ବର୍ତ୍ତମାନ ରାକେଶ ଟିକାଇତ ଜୀଙ୍କ ସହ କଥାବାର୍ତ୍ତା କରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି। ଏପଟେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଗାଜିପୁର ବର୍ଡର ପହଞ୍ଚି ପାଣି ଓ ବିଜୁଳି ସପ୍ଲାଇ ବିଷୟରେ ବୁଝିଥିଲେ। ଯଦିଓ ଏହି ଆନ୍ଦୋଳନରେ କୌଣସି ରାଜନୈତିକ ଦଳର ନେତାଙ୍କୁ ମଞ୍ଚରେ ଜାଗା ମିଳିନଥିଲା ଏବେ କିନ୍ତୁ ସମସ୍ତ ମୋଦି ସରକାରଙ୍କ ବିରୋଧୀ ଦଳର ନେତା ନିଜର ରାଜନୈତିକ ସ୍ୱାର୍ଥ ପାଇଁ କୃଷକଙ୍କ ହିତରେ ଏବେ ସମର୍ଥନ ଓ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ଦେଖିବାକୁ ବାକି ରହିଲା ଆଗକୁ ସୁପ୍ରିମ କୋର୍ଟ ଓ ସରକାର କେଉଁ କେଉଁ ଷ୍ଟେପ ନେଉଛି ଓ କୃଷକଙ୍କ ହିତ ପାଇଁ କଣ କରାଯାଇ ପାରୁଛି।