Odiapua.com

କୃଷକ ଆନ୍ଦୋଳନରେ ଶହୀଦ ହୋଇଥିବା ୩୧ ଜଣ କୃଷକ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳୀ

ପୁରୀ, ୨୦/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦିଲ୍ଲୀ ଚଲ୍ଲୋ କୃଷକ ଆନ୍ଦୋଳନରେ ଶହୀଦ ହୋଇଥିବା ୩୧ ଜଣ କୃଷକ ଯୋଦ୍ଧାଙ୍କ ସ୍ମୃତିରେ ଦେଶବ୍ୟାପୀ ଜାତୀୟ ଶ୍ରଦ୍ଧାଞ୍ଜଳୀ ଦିବସ ବଡ଼ଶଙ୍ଖଠାରେ ପାଳିତ ହୋଇଯାଇଛି। ଦେଶର ଅନ୍ନଦାତା ଦେଶର ରାଜଧାନୀକୁ ମନା, ଶୀତ କାକରରେ ଲକ୍ଷଲକ୍ଷ ଚାଷୀ, ମୋଦୀ ସରକାରଙ୍କର ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଦିଲ୍ଲୀ ବାହାରେ ଆଜି ୨୫ ଦିନ ହେଲା ବସିଛନ୍ତି। ସରକାର କିନ୍ତୁ କର୍ପୋରେଟମାନଙ୍କ ପାଇଁ ୬୦କୋଟି ଚାଷୀମାନଙ୍କ କଥା ଶୁଣିବାକୁ ନାରାଜ। ଚାଷୀ ଓ ତା’ର ଚାଷ ଜମିକୁ ବ୍ୟବସାୟୀଙ୍କ ହାତରେ ଟେକିଦେବେ। ଏଥିରେ କେବଳ ଚାଷୀ କ୍ଷତିଗ୍ରସ୍ତ ହେବେନାହିଁ। ବରଂ ସମସ୍ତ ଖାଉଟି ପରୋକ୍ଷରେ ସଙ୍କଟ ଭିତରକୁ ଚାଲିଯିବେ। ଚାଷ ଓ କୃଷିଜାତ ସାମଗ୍ରୀ ସେମାନଙ୍କ ହାତକୁ ଚାଲିଯିବ। ଘରୋଇ ମଣ୍ଡି ପାଇଁ ଆଇନ ହେଲା ଫଳରେ ଚାଷୀ ଲୁଟର ଶିକାର ହେବେ। ଦେଶକୁ, ଖାଉଟିଙ୍କୁ ବିଶେଷ କରି ୧୩୫ କୋଟି ଲୋକଙ୍କୁ ଅନ୍ନ ଦେଉଥିବା କୃଷକଙ୍କ ଉପରେ ସରକାରଙ୍କ ନିଷ୍ଠୁରତା ଯୋଗୁଁ ୨୫ ଦିନରେ ୩୧ ଜଣ କୃଷକ ଯୋଦ୍ଧା ସେମାନଙ୍କ ପ୍ରାଣବଳୀ ଓ ତ୍ୟାଗକୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ କୃଷକ ସଂଘର୍ଷ ସମିତି ପୁରୀ ପକ୍ଷରୁ ଶରତ କୁମାର ରାୟଗୁରୁ, ପ୍ରଦୀପ ମହାନ୍ତି, ମୋହନ ନାୟଡ଼ୁ, ମନୋରଞ୍ଜନ ମହାରଣା, ଟୁନା ନାୟକ, ପୁର୍ଣ୍ଣ ମୁଦୁଲି, ବଟକୃଷ୍ଣ ସ୍ୱାଇଁ ପ୍ରମୁଖ ଶହୀଦ କୃଷକ ମାନଙ୍କ ସ୍ମୃତିଚାରଣ କରିଥିଲେ ଓ ସରକାର ତୁରନ୍ତ ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।