Odiapua.com

କୃଷକ ଆନ୍ଦୋଳନକୁ ସମର୍ଥନ କରି ସମ୍ବଲପୁର ନାଗରିକ ସମିତି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ସମ୍ବଲପୁର, ୬/୧୨(ଓଡ଼ିଆ ପୁଅ/ସରୋଜ ସାହୁ ): କୃଷକ ଆନ୍ଦୋଳନକୁ ସମର୍ଥନ କରି ସମ୍ବଲପୁର ନାଗରିକ ସମିତି ପକ୍ଷରୁ ଶନିବାର ସନ୍ଧ୍ୟା ରେ ସହର ରେ ଅନୁଷ୍ଠିତ ହୋଉଛି କ୍ୟାଣ୍ଡେଲ ଶୋଭାଯାତ୍ରା। ସ୍ଥାନୀୟ ଲଷ୍ମୀଟକିଜ ଛକ ରୁ ଗୋଲବଜାର ଛକ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ରେ ବିଭିନ୍ନ ସାମାଜିକ ସଙ୍ଗଠନ ଏବଂ ରାଜନୈତିକ ଦଳ ର କର୍ମକର୍ତ୍ତା ଭାଗ ନେଇ କେନ୍ଦ୍ର କୃଷି ଆଇନ କୁ ବିରୋଧ କରିଥିଲେ। ଏହା ସହିତ ନୂତନ କୃଷି ଆଇନ କୁ ପ୍ରତ୍ୟାହାର କରି ସ୍ୱାମୀ ନାଥନ କମିଶନ ଙ୍କ ସୁପାରିଶ କୁ କାର୍ଯ୍ୟକାରୀ କରାଯାଉ ବୋଲି ଦାବି କରାଯାଇଥିଲା। ଏଥିରେ ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା, ସାମ୍ବାଦିକ ଶିବ ଶଙ୍କର ନନ୍ଦ, ଆଇନଜୀବି ସୁରେଶ୍ୱର ମିଶ୍ର, ସାମାଜିକ କର୍ମୀ ମହେନ୍ଦ୍ର ମିଶ୍ର, ସଂଜିତ ମହାନ୍ତି, ହେରମ୍ବ ଦାନୀ, ମହମ୍ମଦ ସନାଉଲ୍ଲା, ଗୋକୁଳ ମେହେର, ତପନ ଗୁରୁ, ବୀରେନ୍ଦ୍ର ପାଣିଗ୍ରାହୀ, ସରୋଜ ସାହୁ, ଅବଦୁଲ କରିମ, ମହମ୍ମଦ କରିମ ପ୍ରମୁଖ ଉପସ୍ଥିତ ଥିଲେ। ସାମାଜିକ କର୍ମୀ ମହେଶ ସାୟତା, ପରଭେଜ ଅଲ୍ଲୀ ଖାନ, ସୁଧୀର ପଣ୍ଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।