Odiapua.com

କୃତ୍ତି ଛାତ୍ର ଛାତ୍ରୀଙ୍କୁ ମେଧା ସମ୍ମାନ ପ୍ରଦାନ

ନୟାଗଡ଼ ୧୧/୦୮(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଲୋଧାଚୁଆ ଠାରେ ଗତ ଦଶମ ପରୀକ୍ଷା ରେ ଶତକଡା ୯୫ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଭା ସମ୍ମାନ ରେ ସମ୍ମାନୀତ କରାଯାଇଥିବା ଜଣାପଡିଛି। ଦୀର୍ଘ ୧୨ ବର୍ଷ ଧରି ବିଦେଶରେ ରହି ଆସୁଥିବା ଡଂ ସରୋଜ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ଉମା ଅଂଚଳରେ ପ୍ରତିଭା ମାନଙ୍କୁ ବିକଶିତ କରିବା ପାଇଁ ୩ ବର୍ଷ ଧରି ଏହି ପ୍ରତିଭା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ମୁଖ୍ୟବକ୍ତା ଭାବେ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେଭାଶିଷ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଡଂ ସରୋଜ ମହାନ୍ତି, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ସମାଜ ସେବୀ ଗୈାରାଙ୍ଗ ନାୟକ, ସ୍ଥାନୀ ୟସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ।

ଏଥରେ କନ୍ଧନୟାଗଡ, ପିମ୍ପଲ, ବୃନ୍ଦାବନୁର, ଲୋଧାଚୁଆ, ବ୍ରଜରାଜପୁର ଉଚ୍ଚ ବିଦ୍ୟାଳୟ ର ଜଣେ ଲେଖାଏଁ ଛାତ୍ର ରାଜସୁନାଖଳା ଉଚ୍ଚ ବିଦ୍ୟାଳୟ ଓ ରଣପୁର ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ୫ ଜଣ ଲେଖାଏଁ ଛାତ୍ର ଙ୍କୁ ପ୍ରତିଭା ସମ୍ମାନ ରେ ସାମ୍ମାନିତ କରିଥିବା ଜଣାପଡିଛି। ଏହିଭଳି ଭାବରେ ପ୍ରବନ୍ଧ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ପ୍ରତିଭା ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଏହା ଦ୍ୱାରା ପ୍ରତିଭା ସୃଷ୍ଟି ପାଇଁ ଉତ୍ସାହ ଯୋଗାଇବ ବୋଲି ଅତିଥି ଉ ବକ୍ତା ମାନେ ମତପୋଷଣ କରିଥିଲେ।