Odiapua.com

କୁହୁତାନ, ଆମ୍ବବଉଳ ଓ ଫଗୁରଙ୍ଗ ସହ ଆସେ ବସନ୍ତରାସ ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହରର କଲ୍ୟାଣୀ ନଗରସ୍ଥିତ ଗୁରୁକୃପା ଭବନରେ ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର ଅନୁଷ୍ଠିତ ହୋଇଯାଇଛି । ଇଂ ଅଭୟ ସୂତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ “ଧରା ସୁବାସ ବସନ୍ତରାସ” ଶୀର୍ଷକ ଆଲୋଚନା ଚକ୍ରକୁ ଶୀଶୁ ପତ୍ରିକା ଇଟିକିଲି ମିଟିକିଲିର ସମ୍ପାଦକ ଶରତ କୁମାର ନାୟକ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଅଧ୍ୟକ୍ଷ ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦିଲ୍ଲୀପ କୁମାର ମହାନ୍ତି, ମୁଖ୍ୟବକ୍ତା ଅଧ୍ୟକ୍ଷ କୃପାସିନ୍ଧୁ ନାୟକ, ବିଶେଷ ଅତିଥି ନାଟ୍ୟଶ୍ରୀ ନିର୍ମଳ ରାଉତ, ସମ୍ମାନନୀୟ ଅତିଥି ସାହିତ୍ୟ ଆକାଡେମୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀ, ଅଧ୍ୟାପକ ନୀହାର ରଞ୍ଜନ କର, ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, ଶିକ୍ଷାବିତ୍ ଶାନ୍ତନୁ କୁମାର ରାଉତ, ପୁରୁଷୋତମ ଧଳ ଓ ବାବୁଲାଲ ଦାସ ପ୍ରମୁଖ ଆଲୋଚନା ଚକ୍ରରେ ଭାଗନେଇ ସେତେବେଳେ ବସନ୍ତ ରାସ କରେ, ଯେବେ କୁହତାନ, ଆମ୍ବବଉଳ, ଫଗୁଖେଳ ସହ ଦୋଳ ମେଳନ ହୁଏ । ସେତେବେଳେ ଲାଗେ ଯେପରି ଧରାରେ ସବୁଜିମା ସହ ସୁବାସ ଓ ମନଲୋଭା ସୁଲୁସୁଲୁ ବାଆ ଓ ପର୍ବ ପର୍ବାଣୀର ସମ୍ଭାର ନେଇ ଧରାରେ ଏକ ଆମୋଦ ପ୍ରମୋଦର ରୁତୁ ଓହ୍ଲେଇ ଆସେ ଧରାବକ୍ଷରେ ବୋଲି ମତବ୍ୟକ୍ତ କରିଥିଲେ । ଶୀକ୍ଷୟିତ୍ରୀ ଦୀପ୍ତିମୟୀ ସାହୁ ଓ ସଂଯୁକ୍ତା ବଳନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବସନ୍ତ କବିତା ଆସରରେ ଡାକ୍ତର ମଦନମୋହନ ଦାଶ, ରମେଶଚନ୍ଦ୍ର ଦାସ, ବିପ୍ଳବି କବି ବିପ୍ଳବ ହୋତା, ସନ୍ତୋଷ କୁମାର ସାହୁ, ଜଗନ୍ନାଥ ନାୟକ, କୈଳାସ ଦାସ, ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, ନାଟ୍ୟକାର ଡ. ଅବନୀ ପ୍ରଧାନ, ନାଟ୍ୟକାର ଗୌରାଙ୍ଗ ଚନ୍ଦ୍ର ବାରିକ, ଇଂ ଦେବୀକିଙ୍କର ବ୍ରହ୍ମଦାସ ପାଣିଗ୍ରାହୀ, ଅର୍ଜୁନଚରଣ ବାରିକ, ଅଂଶୁମାନ ସ୍ୱାଇଁ, ମନୋରଂଜନ ଦାସ, ମାନସ ରଂଜନ ପଣ୍ଡା, ବିଜୟ କୁମାର ବହଳୀ, ଭାବଗ୍ରାହି ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ୍ କୁମାର ଦାଶ, ସମ୍ପାଦକୀୟ ପାଠ କରିଥିଲେ ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ୱାଳ ମଂଚ ଆହ୍ୱାନ, ସହସମ୍ପାଦୀୟ ମମତାରାଣୀ ଦାଶ ମଂଚ ପରିଚାଳନା ଓ ଶେଷରେ ଅଧ୍ୟାପକ ନାରାୟଣ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।