Odiapua.com

କୁମାର ବିଶ୍ୱାସଙ୍କୁ Y ବର୍ଗର ସୁରକ୍ଷା : କେନ୍ଦ୍ରର ନିଷ୍ପତ୍ତି

ନୂଆ ଦିଲ୍ଲୀ ୧୯-୨ (ଓଡ଼ିଆ ପୁଅ) କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା କୁମାର ବିଶ୍ୱାସଙ୍କୁ Y ବର୍ଗର ସୁରକ୍ଷା ଦିଆଯାଇଛି। ଖବର ଅନୁଯାୟୀ, ଆଇବି ରିପୋର୍ଟରେ ବିଶ୍ୱାସଙ୍କୁ ସୁରକ୍ଷା ଦେବା ପାଇଁ MHA ନିଷ୍ପତ୍ତି ନେଇଛି ବୋଲି ରିପୋର୍ଟରୁ ପ୍ରକାଶ।

ସୂଚନାଯୋଗ୍ୟଯେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଷୟରେ ଦିଆଯାଇଥିବା ବିବୃତ୍ତି ପରେ କୁମାରଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯିବ ବୋଲି କୁହାଯାଇଛି।

ବାସ୍ତବରେ, ଆମ୍ ଆଦମୀ ପାର୍ଟିର ପୂର୍ବତନ ନେତା ତଥା କବି କୁମାର ବିଶ୍ୱାସ କହିତିଲେ ଯେ, ଅରବିନ୍ଦ କେଜ୍ରିୱାଲ ତାଙ୍କୁ କହିଥିଲେ ଯେ, ଦିନେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ କିମ୍ବା ଏକ ସ୍ୱାଧୀନ ରାଷ୍ଟ୍ର(ଖାଲିସ୍ତାନ)ର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ସୂତ୍ରରୁ କବି କୁମାର ବିଶ୍ୱାସଙ୍କ ଦ୍ୱାରା ନିକଟରେ ଦିଆଯାଇଥିବା ବିବୃତ୍ତି ପରେ ତାଙ୍କୁ ସଶସ୍ତ୍ର ସୁରକ୍ଷା ପ୍ରଦାନ କରାଯାଇପାରେ।