Odiapua.com

କୁମାର ଉତ୍ସବ ସମିତିର ପ୍ରସ୍ତୁତି ବୈଠକ

ପୁରୀ, ୧୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କୁମାର ଉତ୍ସବ ସମିତିର ପ୍ରସ୍ତୁତି ବୈଠକ ସ୍ଥାନୀୟ ଡ଼ୁଡ଼ୁୱାଲା ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ଗୋପାଳ ଚନ୍ଦ୍ର ଖୁଂଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ସ୍ୱାଧୀନ ପଣ୍ଡା ଯୋଗ ଦେଇ ଉତ୍ସକୁ କିପରି ଶୃଙ୍କଳିତ ଭାବେ ପାଳନ କରାଯିବ ସେ ନେଇ ଆଲୋଚନା କରିଥିଲେ। ତିନି ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ଯୋଗ ଦେବାକୁ ଥିବା ଅତିଥି, କଳାକାରଙ୍କ ସମେତ ବିଭିନ୍ନ ପ୍ରତିଯୋଗିତା ସମ୍ପର୍କରେ ଆଲୋଚନା ହୋଇଥିଲା।