Odiapua.com

କୁଟୁରା ଶିକାର ଅଭିଯୋଗରେ ୫ଗିରଫ

ମାଲକାନଗିରି, ୧୮ା୩ (ଓଡିଆ ପୁଅ ) ମାଲନାଗିରି ଜିଲ୍ଲାସ୍ଥ ମୁଦୁଲିପଡା ଥାନା ଅନ୍ତର୍ଗତ ପେଦାଗୁଡା ଗ୍ରାମରେ କିଛି ଲୋକ ରବିବାରଦିନ ଜଙ୍ଗଲରୁ ଏକ ବଡକୁଟୁରା ଶିକାର କରି ଆଣି ଭୋଜି କରୁଥିବାର ଖବର ପାଇ ବନବିଭାଗ ସେଠାରେ ପହଁଚି ଚଢାଉକରିଥିଲେ। ପେଦାଗୁଡା ଗ୍ରାମରେ ରେ ପ୍ରାୟ ଶତାଧିକ ଲୋକ ଏହି କୁଟୁରାକୁ ମାରିଦେଇ ଏକ ସ୍ଥାନରେ ଭୋଜିକରିବାପାଇଁ ପ୍ରସ୍ତୁତ କରୁଥିଲେ। ମାଥିଲି ବନବିଭାଗ ରେଜଂ ର ବନପାଳ ଓ ବନକର୍ମଚାରୀ ମାନେ ସେଠାରେ ଚଢାଉକଲା ବେଳକୁ ପ୍ରାୟ୨୦କେଜିରୁ ଉର୍ଦ୍ଦକୁଟୁରା ମାଂସ ରହିଥିବାର ଦେଖିବାକୁ ପାଇଥିଲେ। ସେହି ମାଂସ ଗୁଡିକୁ ଜବତ କରି ଆଣିବା ବେଳକୁ ଶତାଧିକ ଗ୍ରାମବାସୀ ପ୍ରତିବାଦକରି ବନକର୍ମଚାରି ମାନଙ୍କୁ ଠାରୁ ମାଂସଗୁଡିକୁ ଛଡାଇ ନେଇଥିଲେ। ଅଳ୍ପସଂଖ୍ୟକ ବନକର୍ମଚାରି ଥିବାରୁ ସେମାନଙ୍କୁ ମୁକାବିଲା କରିପାରିନଥିଲେ। ହେଲେ କୌଶଳ କରି କୁଟୁରା ଶିକାର କରିବା ଅଭିଯୋଗରେ ପେଦାଗୁଡା ଗ୍ରାମରୁ ନରସିଂହ, ପଦ୍ମ.ହରିବନ୍ଧୁ, ଜଗନ୍ନାଥ, ପରଜାଗୁଡା ଗ୍ରାମରୁ କମଲୁ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରା ଯାଇ ଏହି ଘଟଣାରେ ସଂପୃକ୍ତଥିବା ଅନ୍ୟମାନଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ମାଲକାନଗିରି ସହକାରୀ ବନସଂରକ୍ଷକ ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି।