Odiapua.com

କୁଚିଣ୍ଡା ସାମ୍ବାଦିକ ସଂଘ : ସାମ୍ବାଦିକ ପ୍ରକାଶ ଚନ୍ଦ୍ର ଶର୍ମ୍ମା (ସଭାପତି), ରଞ୍ଜିତ କୁମାର ଦାଶ (ସାଧାରଣ ସମ୍ପାଦକ) ନିର୍ବାଚିତ

ସମ୍ବଲପୁର, ୦୬/୦୯ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଦିନେଶ ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପରେ ଭୋଟ ପଦ୍ଧତିରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଂଘର ମୋଟ ୧୫ ଜଣ ସଦସ୍ୟ ଭୋଟ ଦାନରେ ଅଂଶଗ୍ରହଣ କରିଥିଲେ। ନିର୍ବାଚନ ଫଳାଫଳ ଅନୁଯାୟୀ ବରିଷ୍ଠ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ଶର୍ମ୍ମା (ସଭାପତି), ପ୍ରଶାନ୍ତ କୁମାର ଶର୍ମ୍ମା (ଉପ ସଭାପତି), ରଞ୍ଜିତ କୁମାର ଦାଶ (ସାଧାରଣ ସଂପାଦକ), ତନୟ ମହାପାତ୍ର (ସଂପାଦକ) ଓ ସୁଧିର କୁମାର ମହାନ୍ତି (କୋଷାଧ୍ୟକ୍ଷ) ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଭାବେ ସୁଧିର କୁମାର ମହାନ୍ତି ଓ ବିରଞ୍ଚି ନାରାୟଣ ଦର୍କା ଦାୟିତ୍ବ ତୁଲାଇଥିଲେ।