Odiapua.com

କୁଖ୍ୟାତ ମୋବାଇଲ ଲୁଟେରା ଗିରଫ

ନୟାଗଡ/୧୦/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-  ଗତ କୋଭିଡ୍ ସମୟରେ ପୋଲିସ ଆଖିରେ ଧୂଳିଦେଇ ଚାନ୍ଦପୁର ଥାନା ଅଂଚଳ ରେ ରାସ୍ତାରେ ଯାଉଥିବା ଲୋକ ମାନଙ୍କ ଠାରୁ ଦାମୀ ମୋବାଇଲ ଲୁଟ୍ ଚାଲିଥିଲା । ଯାହାଫଳ ରେ ଚାନ୍ଦପୁର ପୋଲିସ ର ଚିନ୍ତା ବଢି ଯାଇଥିଲା ।

ବିଭିନ୍ନ ସୂତ୍ରରୁ ଖବର ସଂଗ୍ରହ ଓ ମୋବାଇଲ ଟ୍ରାକିଙ୍ଗ୍ କରି ଥାନା ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଜାଣିବାକୁ ପାଇଲେ ଯେ ବହୁ ଚୋରୀ ଅପରାଧ ରେ ଜଡିତ ଥିବା ଚାନ୍ଦପୁର ମଙ୍ଗଳା ସାହିର ଭରତ ଭୋଇ ଲୁଟ୍ ର ମାଷ୍ଟର ମାଇଣ୍ଡ୍ । ଗତ ୯ ତାରିଖ ରାତ୍ରୀ ରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ବହୁ ଅପରାଧ ରେ ଜଡିତ ଥିବା ରୁ ଜାମିନ୍ ନା ମଞ୍ଜୁର ହେବାରୁ ରଣପୁର ଜେଲ ହାଜତ କୁ ପଠାଇ ଦିଆଯାଇଛି ।