Odiapua.com

କୁଖ୍ୟାତ ଗ୍ୟାଙ୍ଗଷ୍ଟର ସକିଲର ପ୍ରେମିକା ନସରିନ୍ ଗିରଫ

କଟକ୧ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୁଖ୍ୟାତ ଗ୍ୟାଙ୍ଗଷ୍ଟର ସକିଲ ଚୈାଦ୍ୱାର ଜେଲରେ ରହି ନିଜର ପ୍ରେମିକା ମାଧ୍ୟମରେ ବଡ ବଡ ବ୍ୟବସାୟୀ ମାନଙ୍କ ଠାରୁ ଦାଦା ବଟି ଆଦାୟ କରୁଥିବା ଅବରାଧରେ ପୁଲିସ ସକିଲର ପ୍ରେମିକାକୁ ନସରିନ୍ କୁ ଗିରଫ କରିଛି । ପ୍ରେମିକା ଗିରଫ ପରେ ପ୍ରେମିକ-ପ୍ରେମିକା ମିଶି ଅପରାଧ ପାଇଁ ବ୍ଲ-ପ୍ରିଣ୍ଟ ରଚୁଥିଲେ ବୋଲି ଜାଣିବାକୁ ପାଇଛି ପୁଲିସ । ଜେଲ ଭିତରେ ପ୍ରେମିକ ଓ ଜେଲ୍ ବାହାରେ ପ୍ରେମିକା ଥାଇ ଉଭୟ ବ୍ୟବସାୟୀ ଓ ବଡ଼ ବଡ଼ ଧନୀ ଶ୍ରେଣୀର ଲୋକଙ୍କୁ ଟାର୍ଗେଟ କରୁଥିଲେ। କୁଖ୍ୟତ ଅପରାଧୀ ସକିଲ୍ ଚୌଦ୍ୱାର ସର୍କଲ ଜେଲ ଭିତରୁ ଭିଡିଓ କଲ୍ କରି ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିଲା। ବ୍ୟବସାୟୀ ଓ ବଡ଼ ବଡ଼ ଲୋକଙ୍କର ମୋବାଇଲ୍ ନମ୍ବରଗୁଡ଼ିକ ପ୍ରେମିକା ନସରିନ୍ ଯୋଗାଇ ଦେଉଥିଲା। କିଛି ଦିନ ତଳେ କଟକ ବକ୍ସିବଜାରସ୍ଥିତ ଆନନ୍ଦ ସ୍ପୋର୍ଟସ୍ ମାଲିକ ଯୋଗେଶ ଅଗ୍ରୱାଲଙ୍କୁ ଭିଡିଓ କଲ୍ କରି ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା। ବଟି ନ ମିଳିଲେ ଗୁଳି ମାରି ଉଡ଼ାଇ ଦେବାକୁ ଧମକ ଦେଇଥିଲା। ଏ ନେଇ ଯୋଗେଶ ଅଗ୍ରଓ୍ଵାଲ ଥାନାରେ ଏତଲା ଦେଇଥିଲେ। ଥାନାରେ ଅଭିଯୋଗ ହେବା ପରେ ପୁଲିସ ସକିଲର ସହଯୋଗୀ ଟାଇଗର ସମେତ ୫ ଜଣଙ୍କୁ ଗିରଫ କରିଥିଲା। ତେବେ ଏହି ଅପରାଧର ଚେର୍ ଖୋଜୁ ଖୋଜୁ ସକିଲ୍ ଗାର୍ଲଫେଣ୍ଡ ନସରିନ୍ ଖାନ୍‌ଙ୍କ ନିକଟରେ ପହଁଚିଥିଲା ପୁଲିସ। ଖୋଳତାଡ଼ରୁ ଜଣାପଡିଛି, ସକିଲ୍ ଗ୍ୟାଙ୍ଗକୁ ଚୋରା ବନ୍ଧୁକ ଦେବା ଠାରୁ ଆରମ୍ଭ କରି ଜେଲକୁ ମୋବାଇଲ ପହଁଚାଇବା ପର‌୍ୟ୍ୟନ୍ତ ସବୁଥିରେ ରହିଛି ନସରିନ୍‌ଙ୍କ ହାତ ରହିଛି। କଟକ ଡିସିପି ଅଖଳେଶ୍ୱର ସିଂହ କହିଛନ୍ତି, ଜେଲ ଭିତରୁ ଭିଡିଓ କଲ୍ କରି ବଟି ମାଗିବା ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। କମିସନରେଟ ପୁଲିସ ଏ ନେଇ ସର୍ତକ ରହିବା ପାଇଁ ଜେଲ୍ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲା । ସକିଲର ଗାର୍ଲଫେଣ୍ଡ ଗିରଫ ହୋଇଥିବା ବେଳେ ଅପରାଧର ଏହି ପୂରା ପ୍ରକ୍ରିୟା ଭିତରେ ଜେଲ କର୍ମଚାରୀଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଲାଗିଛି ବୋଲି ଡିସିପି ଶ୍ରୀ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।