Odiapua.com

କୁକୁର ମୁହଁରୁ ଉଦ୍ଧାରକରି ଆହତ ମାଙ୍କଡ ଛୁଆକୁ ଚିକିତ୍ସା କରି ଜଙ୍ଗଲରେ ଛାଡିଲେ ବନବିଭାଗ

ମାଲକାନଗିରି, ୨୪ା୪(ଓଡିଆ ପୁଅ) ଗତକାଲି ସନ୍ଧ୍ୟାରେ ମାଲକାନଗିରି ସହର ପ୍ରବେଶଦ୍ୱାର ଭୈରବ ମନ୍ଦିର ପାହଡ ନିକଟରେ ଏକ ମା’ ମାଙ୍କଡ ତାର ଛୋଟଛୁଆକୁ ଧରି ବୁଲିଥିବା ସମୟରେ ରେ ହଟାତ ଏକ କୁକୁର ତା’ର ଛୁଆକୁ କାମୁଡି ନେଇଯାଉଥିବା ବେଳେ ଜଣେ ଯୁବକ କୁକୁର ପାଟିରୁ ମାଙ୍କଡ ଛୁଆକୁ ଉଦ୍ଧାର କରିଥିଲେ। ସେ ମାଙ୍କଡ ଛୁଆଟି ଗୁରୁତରଭାବେ ଆହତ ହୋଇଥିବାରୁ ବନବିଭାଗକୁ ସେ ଯୁବକ ଫୋନ କରିବାରୁ ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ବନପାଳ ଦିପଙ୍କର ଶିଉଳୀ, ମନମତଦେ, ହୃଷିକେଶ ପାଣିଗ୍ରାହୀ, ଦିପ୍ତି ରଞ୍ଜନ ନାୟକ, ଓ ପରା ଷ୍ଟାପ ଘଟଣା ସ୍ଥଳରେ ପହଁଚି ସେ ମାଙ୍କଡ ଛୁଆଟିକୁ ଉଦ୍ଧାର କରି ପ୍ରାଣୀଧନ ଚିକିତ୍ସାଳୟକୁ ନେଇ ଚିକିତ୍ସିତ କରିଥିଲେ। ସେ ମାଙ୍କଡ ଛୁଆଟିର ଚିକିତ୍ସା ଓ ଯତ୍ନ ନିଆଯାଇଥିବାରୁ ଆହତ ମାଙ୍କଡ ଛୁଆଟି ଗ୍ଲୋକୋଜ ପାଣି, ଖିରପିଇ ଡିଆଁ ଡେଇଁ କରି ଖିଳିବା ଆରମ୍ଭ କରିଦେଇ ତାର ମାକୁ ଖୋଜିଥିଲା। ଗତ କାଲି ଅପରାହ୍ନରେ ବନବିଭାଗ କର୍ମଚାରୀମାନେ ଭୈରବ ମନ୍ଦିର ପାହଡ ନିକଟକୁ ଯାଇ ତାର ମା’ ଓ ପରିବାରଙ୍କ ନିକଟରେ ଉକ୍ତ ମାଙ୍କଡଛୁଆକୁ ଛାଡିଦେଇଛନ୍ତି। ଉଦ୍ଧାର ହୋଇଥିବା ମାଙ୍କଡ ଛୁଆଟିର ବୟସ ପ୍ରାୟ ଏକ ମାସ ହେବ ତାହା ବିରଳ ପ୍ରଜାତିର ମାଙ୍କଡ ଏହା କେବଳ ମାଲ୍ୟବନ୍ତ ପର୍ବତ ରେ ଦେଖିବାକୁ ମିଳିଥାଏ ବୋଲି ମାଲକାନଗିରି ରେଞ୍ଜ ଅଫିସର ବାସୁଦେବ ନାୟକ କହିଛନ୍ତି।