Odiapua.com

କୁକୁର ମାନୁଛି ସାମାଜିକ ଦୂରତା, କିନ୍ତୁ ମଣିଷ ନୁହେଁ

ବାଲିଗୁଡା, ୩୦/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ସମଗ୍ର ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିଚାଲିଛି। ଯେପର୍ଯ୍ୟନ୍ତ କୌଣସି ଚିକିତ୍ସା ବା ଟୀକା ପ୍ରସ୍ତୁତ ନ ହୋଇଛି, ସେପର୍ଯ୍ୟନ୍ତ ଏହାର ମୁକାବିଲା କରିବା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ମାଧ୍ୟମ। ଏଥିପାଇଁ ବିଭିନ୍ନ ଦେଶରେ ଲକ୍-ଡାଉନ୍ ଲାଗୁ ହେବା ସହ ଲୋକମାନଙ୍କୁ ଘରେ ରହିବାକୁ କୁହାଯାଉଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଯିବା ବେଳେ ସାମାଜିକ ଦୂରତା ରଖିବା ପାଇଁ ଲୋକମାନଙ୍କୁ କୁହାଯାଇଛି। କିନ୍ତୁ ଲୋକମାନେ ଏହାକୁ ଫୁ କରି ଉଡାଇ ଦେଉଥିବା ବେଳେ ଏକ କୁକୁର ଏହାକୁ ପାଳନ କରୁଥିବାର ଦୃଶ୍ୟ ସାମନାକୁ ଆସିଛି। ପଶୁ ହୋଇ ବି ସେ ସାମାଜିକ ଦୂରତାକୁ ଅବଲମ୍ବନ କରୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ହୁଏତ ଏହାକୁ ମାନୁନଥିବା ଲୋକମାନେ ସଚେତନ ହୋଇପାରିବେ। ତେବେ ଏହି ଫଟୋ କିଏ ଓ କେଉଁଠି ଉଠାଇଛି, ତାହାର କୌଣସି ସୂଚନା ନାହିଁ। କିନ୍ତୁ ଏହା ଦ୍ୱାରା ଲୋକମାନଙ୍କୁ ଅନେକ ଶିକ୍ଷା ମିଳୁଛି।