Odiapua.com

କୁକୁଡା ମାରି ଅଣ୍ଡା ଖିଆ ନାଗ ସାପ ଉଦ୍ଧାର

ଟାଙ୍ଗି/ଖୋର୍ଦ୍ଧା ୨୯-୯ (ଓଡ଼ିଆ ପୁଅ/ଦୀପକ ପ୍ରଧାନ) କୁକୁଡ଼ା ରହୁଥିବା ଘରେ ଏକ ନାଗ ସାପ ପଶି ଦୁଇଟି କୁକୁଡ଼ାକୁ ମାରି ଦୁଇଟି ଅଣ୍ଡା ଗିଳିଥିବା ନାଗ ସାପ ଉଦ୍ଧାର। ସୂଚନାରୁ ଜଣାପଡିଛି ଜଂକିଆ ଥାନା ଅନ୍ତର୍ଗତ ରତାମାଟି ଗ୍ରାମର କାମଦେବ ପ୍ରଧାନ କୁକୁଡ଼ା ପାଳିଥିଲେ। କୁକୁଡା ରହୁଥିବା ଘରେ ଗୋଟିଏ ନାଗ ସାପ ପଶି ଦୁଇଟି କୁକୁଡାକୁ କାମୁଡିବାରେ ଦୁଇଟି କୁକୁଡ଼ାର ମୃତ୍ୟୁ ଘଟିଛି। କୁକୁଡ଼ା ଘରେ ଥିବା ଦୁଇଟି କୁକୁଡ଼ା ଅଣ୍ଡାକୁ ଗିଳିଥିବା ନାଗ ସାପ ଯାଇ ନପାରି କୁକୁଡ଼ା ଘରେ ନିସ୍ତେଜ ହୋଇ ରହିଥିଲା। ସାପ କୁକୁଡ଼ା ଘରେ ଥିବା ଜଣାପଡିବା ପରେ ସ୍ନେକ ହେଲଫ୍ ଲାଇନ ସଦସ୍ୟ ପହଞ୍ଚି ସାପଟିକୁ ଧରିବା ପରେ ସାପ ଗିଳିଥିବା ଅଣ୍ଡା ଦୁଇଟି ଗାଳିଥିଲା। ସାପଟିକୁ ଧରି ସ୍ନେକ ହେଲଫ ଲାଇନ ସଦସ୍ୟ ବଘେଇପୁଟ ଜଂଗଲରେ ଛାଡିଥିବା ଜଣାପଡିଛି।