Odiapua.com

କୁକୁଡା ଫାର୍ମ ବିଦ୍ୟୁତ ଆଘାତ ରେ ଜଣେ ମୃତ ଥାନାରେ ଅଭିଯୋଗ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୧୧- ରଣପୁର ଅଂଚଳ ରେ ଛତୁ ଫୁଟିଲା ଭଳି କୁକୁଡା ଫାର୍ମ ଗଢି ଉଠିଛି । ବେକାରି ଯୁବକ ମାନେ ଆତ୍ମ ନିଯୁକ୍ତି ପାଉଛନ୍ତି ଶତ କିନ୍ତୁ ବେଆଇନ ଭାବେ ଚୋରା ରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ଙ୍କୁ ହାତ ବାରିଶି କରି ବିଦ୍ୟୁତ୍ ସଂଯୋଗ ନେଉଥିବାରୁ ବହୁ ସମୟରେ ବିଦ୍ୟୁତ୍ ଆଘାତ ରେ ଲୋକମାନେ  ମୁତ୍ୟୂ ବରଣ କରୁଛନ୍ତି । ସେଭଳି ଏକ ଦୁଃଖଦ  ଘଟଣା ଦେଖିବାକୁ ମିଳିଛି ରଣପୁର ଥାନା ଜଗନ୍ନାଥପୁର ଗ୍ରାମ ରେ । ଗ୍ରାମ ର ହରିହର ବଳିଆରସିଂ (୫୦) ଗ୍ରାମ ନିକଟ ମୂରଲୀଧର ଜେନା ଙ୍କ କୁକୁଡା ଫାର୍ମ ପଛପଟ ନିଜ ଧାନ ଜମି କୁ ପାଚିଲା ଧାନ ସଳଖିବା ପାଇଁ ୮ ତାରିଖ ସକାଳ ୭ ସମୟରେ ଯାଇଥିଲେ । ଘରକୁ ବହୁ ସମୟ ପର୍ଯ୍ୟନ୍ତ ନଫେରିବାରୁ ଘର ଲୋକେ ଖୋଜିବାକୁ ଯିବା ସମୟରେ ସେ ବିଲ ରେ ଚେତାଶୁନ୍ୟ ଅବସ୍ଥା ରେ ପଡିଥିବା ଦେଖିବାକୁ ପାଇଥିଲେ ।

ମୂରଲୀଧର ଜେନା ଙ୍କ କୁକୁଡା ଫାର୍ମ କୁ ଯାଇଥିବା ବିଦ୍ୟୁତ୍ ତାର ଲାଗି ତାଙ୍କ ବାମହାତ ପାପୁଲି ଓ ବାମ ଗୋଡ ପୋଡିଥିବା ଦେଖିବାକୁ ମିଳିଥିଲା । ଘରଲୋକେ ରଣପୁର ଡାକ୍ତରଖାନା କୁ ଆଣିବା ପରେ ଡାକ୍ତର ହରିହର ଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଡାକ୍ତର ଙ୍କ ଠାରୁ ସୂଚନା ପାଇ ଡାକ୍ତର ଖାନା କୁ ଯାଇ ଶବ ଜବତ କରିବା ସହ ପଞ୍ଚନାମା କରାଇ ତାଙ୍କ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି ।  ତାଙ୍କ ପରିବାର ବିଦ୍ୟୁତ୍ ଆଘାତ ରେ ମରିଥିବା ନେଇ ରଣପୁର ଥାନା ରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛନ୍ତି ।