Odiapua.com

କୁଏତରେ ପ୍ରବାସୀ ଓଡ଼ିଆଙ୍କ ବନ୍ଦେ ଉତ୍କଳ ଜନନୀ ଗାନ ଏବଂ ରକ୍ତଦାନ କାର୍ଯ୍ୟକ୍ରମ

କୁଏତ ୨-୬ (ଓଡ଼ିଆ ପୁଅ) କୁଏତରେ ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ସମାଜ ସେବୀ ତଥା ଭାରତ ସେବା ଦର୍ଶନର ଅଧ୍ୟକ୍ଷ ଓ ଭାରତ ପ୍ରବାସୀ ପରିଷଦର ସାଧାରଣ ସମ୍ପାଦକ ବିଶ୍ଵ ରଞ୍ଜନ ସାହୁଙ୍କ ସମେତ ଶ୍ରୀ ଜିତେନ୍ଦ୍ର କୁମାର ଜେନା, ଘନଶ୍ୟାମ ପଲାଇ ଅଶୋକ ସ୍ୱାଇଁ, ଯଶୋବନ୍ତ, ସୁବାଷ ତରାଇ, ମାଧବ, ବିଭୂତି ଭୂଷଣ, ସୁନିଲ, ଟୁଲୁ, ଅଭିମନ୍ୟୁ, ଲବ, ପ୍ରଫୁଲ୍ଲ, ନରୋତ୍ତମ, ବିଜୟ ରାଜ କିଶୋର, ନିରଞ୍ଜନ, ଅରୁଣ ଓ ସନ୍ତୋଷଙ୍କ ସମେତ ଅନେକ ପ୍ରବାସୀ ଓଡ଼ିଆ ସମବେତ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହିତ କୋଭିଡ୍-୧୯ ଯୋଦ୍ଧାମାନଙ୍କ ପ୍ରତି ସମ୍ମାନ ଜଣାଇଥିଲେ। ଏତଦ୍ ବ୍ୟତୀତ ଶ୍ରୀ ବିଶ୍ୱ ରଂଜନ ସାହୁ ରକ୍ତ ଦାନ କରିଥିଲେ। ରକ୍ତଦାନର ଆବଶ୍ୟକତା ଏବଂ ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ରକ୍ତ ଦାତାମାନଙ୍କୁ ସେମାନଙ୍କ ଜୀବନ ରକ୍ଷାକାରୀ ରକ୍ତ ଉପହାର ଦେବା ପାଇଁ ଧନ୍ୟବାଦ ଜଣାଇଥିଲେ।