Odiapua.com

କୁଆଖିଆ ଥାନାଅଧିକାରୀ ପାଳନ କରୁନାହାଁନ୍ତି କୋର୍ଟଙ୍କ ନିର୍ଦ୍ଦେଶ, ଏସପିଙ୍କୁ ଗୁହାରୀ କଲେ ନିର୍ଯ୍ୟାତିତା ମହିଳା

ଯାଜପୁର୩୦ା୧୦(ଓଡିଆ ପୁଅ) କୁଆଖିଆ ପୁଲିସ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅବହେଳା ନେଇ ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପିଙ୍କୁ ଭେଟି ଗୁହାରି କରିଛନ୍ତି ନିର‌୍ୟ୍ୟାତିତା ମହିଳା । ପ୍ରକାଶଯେ ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଂଚାୟତର ହାଟସାହି ଗ୍ରାମର ଅନନ୍ତ ପରିଡାଙ୍କ ଝିଅ ଗତାଞ୍ଜଳୀ ଗତ ୨୦୧୯ ଜୁଲାଇ ୨୮ ତାରିଖ କୁଆଖିଆ ଥାନା ଅନ୍ତର୍ଗତ ଭଗିରଥିପୁର ଗ୍ରାମର କାଳନ୍ଦୀଙ୍କୁ ବିବାହ କରିଥିଲେ । ବିବାହ ସମୟରେ ୫୦ହଜାର ନଗଦ ଅର୍ଥ ରାଶି ସହ ଅନ୍ୟାନ ସାମଗ୍ରୀ ଦେବା ପାଇଁ ସ୍ତିର ହୋଇଥିଲା । ତଦନୁଯାୟୀ ଯୌତୁକ ଅର୍ଥ ବାବଦରେ ୩୦ ହଜାର ଟଙ୍କା ସହ ଯୌତୁକ ସାମଗ୍ରୀ ଦିଆଯାଇଥିଲା । କିଛି ଦିନ ପରେ ବକେୟା ଅର୍ଥ ଦାବିରେ ଗିତାଞ୍ଜଳୀଙ୍କୁ ଉପରେ ଆରମ୍ଭ ହୋଇଥିଲା ।ଶରୀରିକ ଓ ମାନସିକ ନିର‌୍ୟ୍ୟାତନା ଏମିତିକି ଜୀବନରୁ ମାରିଦେବାକୁ ଶଶୁର, ସ୍ୱାମ. ଦେଢଶୁର, ଯାଆ ଜୋରଜବର ଦସ୍ତ ବିଷ ପିଆଇ ଦେଇଥିଲେ । ମଧୁବନ ଡାକ୍ତରଖାନାରେ ଚିକତ୍ସିତ ହୋଇ ଗିତାଞ୍ଜଳୀ ବଞ୍ଚି ଯାଇଥବଲେ ବି ତାଙ୍କର ଗର୍ଭ ନଷ୍ଟ ହୋଇଯାଇଥିଲା । ସୁସ୍ଥ ହେବା ପରେ ପୁଣି ନିର‌୍ୟ୍ୟାତନା ଅରମ୍ଭ ହେବାରୁ ସେ ବାପଘରକୁ ଆସିଥିଲେ ।ଗତ ୨୦୧୯ ଅଗଷ୍ଟ ୨୯ ତାରିଖ ବାପ ସହ ଝିଅ ଶାଶୁ ଘରେ ପହଞ୍ଚିଥିଲେ । ମାତ୍ର ସେ ଘରେ ପୁରାଇ ନଦେଇ ଗାଳିଗୁଲଜ କରିଥିଲେ । ଫଳରେ ବାପ ଝିଅ କୁଆଖିଆ ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ ପୁଲିସ ଟାଳଟୁଳ ନିତି ଅବଲମ୍ବର କରି ବାରମ୍ବାର ଦୌଡାଇ କିଛି କାର‌୍ୟ୍ୟାନୁଷ୍ଠାନ ନେଲେ ନାହିଁ । ଫଳରେ ବାଧ୍ୟହୋଇ ଗୀତାଞ୍ଜଳୀ କୋର୍ଟର ଆଶ୍ରୟ ନେଲେ । କୋର୍ଟର ନିର୍ଦ୍ଦେଶ ମୁତାବକ ଗୀତାଞ୍ଜଳୀର ଯୌତୁକ ସମାଗ୍ରୀ ଉଦ୍ଧାର ସହ ଦୋଷୀଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ପୁଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର କୋର୍ଟ ନିର୍ଦ୍ଦେଶ ପରେ ବି କୁଆଖିଆ ପୁଲିସ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଜି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିର‌୍ୟ୍ୟାତିତା ଗୀତାଞ୍ଜଳୀ ।