ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ପୌରାଂଚଳର କୁଆଁଶ (କଦମ୍ବବେଢ଼ା) ଅଂଚଳ ଭକ୍ତିମୟ ପରିବେଶରେ ମଗ୍ନ ହୋଇଯାଇଥିଲା। ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରର ବାର୍ଷିକ ଉତ୍ସବ ହରିହାଟ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧା ଓ ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ଅଷ୍ଟପ୍ରହରୀ ନାମଯଜ୍ଞ ଓ ବିଶ୍ୱ ଶାନ୍ତି ନାମଯଜ୍ଞ ମହୋତ୍ସବ ଆୟୋଜିତ ହୋଇଥିଲା। ହରିନାମର ଧ୍ୱନିରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଆନନ୍ଦରେ ମାତିଉଠିଲା। ଏହି ଶୁଭ କାର୍ଯ୍ୟକ୍ରମରେ ଯୋଗଦେଇ ପୂଜାର୍ଚ୍ଚନା କରି ଅଂଚଳବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମଙ୍ଗଳ କାମନା କରିଥିଲେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉ ମନ୍ଦିର କମିଟିର ସମ୍ପାଦକ ଶୈଳେନ୍ଦ୍ର ପ୍ରସାଦ ବାରିକ, ବରିଷ୍ଠ ସାମ୍ବାଦିକ ରବି ଖିଲାର, ବରିଷ୍ଠ ନେତା ରଘୁନାଥ ପଣ୍ଡା, ନରହରୀ ଜେନା, ହେମନ୍ତ ନାୟକ, ଯୁବନେତା ବିକାଶ ଶ୍ରେଷ୍ଠା ଓ ମନ୍ଦିର କମିଟିର ସମସ୍ତ କର୍ମକର୍ତା ଓ ସଦସ୍ୟବୃନ୍ଦ।