Odiapua.com

କୁଆଁସ ଅର୍ଜୁନ ସେତୁ ପାଇଁ ଯୁବମୋର୍ଚ୍ଚାର ଆନ୍ଦୋଳନ

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)- ଭଦ୍ରକ କୁଆଁସ ଗ୍ରାମରେ ସାଳନ୍ଦୀ ନଦୀ ଉପରେ ଥିବା ଅର୍ଜୁନ ସେତୁଙ୍କୁ ରାଜନୈତିକ ଆକ୍ରୋଶ ରଖି ଭଲଥିବା ପୋଲକୁ ଭାଙ୍ଗି ଦେଇ ପୁଣି ଏକ ନୂତନ ପୋଲ ନିର୍ମାଣ କରିବା ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ୱରେ ଭଦ୍ରକ ନଗର ୩୦ଟି ୱାର୍ଡରେ ଜନ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ୧୫ ନମ୍ବର ୱାର୍ଡ ରେ ଏହି ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନରେ କୁଆଁସ ଗ୍ରାମର ବରିଷ୍ଠ ଶିକ୍ଷକ ଭଗବାନ ମିଶ୍ର, ପୂର୍ବତନ କାଉନସିଲର ପ୍ରଭାତ ମହାନ୍ତି, ପ୍ରେମାନନ୍ଦ ବେହେରା, ଶଶିକାନ୍ତ ମହାନ୍ତି, ମଣ୍ଡଳ ସଭାପତି ପ୍ରଭାକର ସାମଲ ତଥା ଯୁବନେତା ବୃଷଭାନୁ ସାହୁ, ଅବିନାଶ ପଟ୍ଟନାୟକ, ବିଶ୍ୱଶଙ୍କର ଦାସ, ହିମାଂଶୁ ଗୁପ୍ତା, ପୁଷ୍ପକାନ୍ତ ସାହୁ, ସମ୍ବିତ ପଣ୍ଡା, ତାପସ ଦାସ, ସମ୍ବିତ ଜେନା, ପ୍ରିୟରଞ୍ଜନ ସାହୁ, ଗଙ୍ଗାଧର ଦାସ, ମହେଶ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଭଦ୍ରକ ବିଧାନସଭା କୁଆଁସ ସ୍ଥିତ ଅର୍ଜୁନ ସେତୁର ପ୍ରଶସ୍ତିକରଣ ନାମରେ ବିକଳ୍ପ ବ୍ୟବସ୍ଥା ନ କରି ଅସମୟରେ ରାତି ଅଧିଆ ପୋଲ ଭଙ୍ଗା ଯିବା ଦୁର୍ଭାଗ୍ୟପୂର୍ଣ୍ଣ ଅଟେ। ଅର୍ଜୁନ ସେତୁର ତୁରନ୍ତ ପୁନଃ ନିର୍ମାଣ ଅଥବା ବିକଳ୍ପ ପୋଲ ନିର୍ମାଣ କରାଯିବା ପାଇଁ ମୋର୍ଚ୍ଚା ଦାବି କରିଛି। ଅର୍ଜୁନ ସେତୁର ନାମକୁ ରାଜନୈତିକ ଆକ୍ରୋଶ ରଖି ବଦଳା ଯିବା କେତେଦୂର ଯୁକ୍ତିଯୁକ୍ତ ଅଟେ ତାହାକୁ ନେଇ ପ୍ରଶ୍ନ ଉଠାଯିବା ସହ ପୁରୁଣା ନାମ ଅନୁସାରେ ଉକ୍ତ ପୋଲର ନାମ ଅର୍ଜୁନ ସେତୁ ରଖାଯିବାକୁ ଯୁବମୋର୍ଚ୍ଚା ପକ୍ଷରୁ ଭଦ୍ରକ ପ୍ରଶାସନ, ବିଧାୟକ, ସାଂସଦ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି।