Odiapua.com

କୂଅରେ ପଡିଲା ବରାହ ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର କଲେ ଜଙ୍ଗଲ ବିଭାଗ କର୍ମଚାରୀ

ଖଡିଆଳ/ନୂଆପଡା-୦୫.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଡୁମେରବାହାଲ ଗ୍ରାମର ମନବୋଧ ଘିଭେଲାଙ୍କ ପ୍ରଧାନକୂଅରେ ବୁଧବାର ସକାଳ ୫ ଘଂଟା ସମୟରେ ଏକ ଜଙ୍ଗଲିଆ ବରାହ ପଡିଯାଇଥିଲା। ବରାହ ପଡିଯାଇଥିବା ଖବର ଜାଣିବା ପରେ ଗ୍ରାମବାସୀ ମାନେ ରୁଣ୍ଡ ହୋଇଯାଇଥିଲେ। ପରେ ଖଡିଆଳ ବନାଞ୍ଚଳ ଅଧିକାରୀ (ରେଞ୍ଜର ) ସଦାନନ୍ଦ ସୁନାନୀଙ୍କୁ ଖବର କରାଯାଇଥିଲା। ରେଞ୍ଜର ଶ୍ରୀ ଶୁନାନୀ ବନବିଭାଗ କର୍ମଚାରୀ ଗଗନ ବିହାରୀ ହଂସଙ୍କ ନେତୃତ୍ୱରେ ଏକ ଉଦ୍ଧାରୀକାଳ ଦଳକୁ ପଠାଇଥିଲେ। ୨ ଘଂଟା ର ଅକ୍ଲାନ୍ତ ପରିଶ୍ରମ ପରେ କୂଅରେ ପଡିଥିବା ବରାହକୁ ଜନ୍ତାରେ ଭରାଯାଇପାରିଥିଲା। ସୂଚନା ମୋତେ ସକାଳ ୫ ଘଣ୍ଟା ସମୟରେ ଏକ ବରାହ ଦଳ ଡୁମେରବାହାଲ ଗ୍ରାମ ଦେଇ ଚକାଡଙ୍ଗର ଜଙ୍ଗଲକୁ ଯାଉଥିଲା। କୁକୁରମାନେ ଭୋକିବା ସହିତ ବରାହ ଦଳକୁ ଗୋଡାଇବା ଫଳରେ ଦଳରେ ଥିବା ସମସ୍ତ ବରାହ ଜଙ୍ଗଳ ପଟକୁ ପଲାଇଯାଇଥିଲେ। ଗୋଟିଏ ବରାହ ଅସାବଧାନତା ବଶତଃ କୁଅରେ ପଡିଯାଇଥିଲା। ପ୍ରକାଶ ଥାଉକି ନିକଟସ୍ଥ ଚକାଡଙ୍ଗର, ରାଣିଡଙ୍ଗର, ବୁଢାରଜା ଜଙ୍ଗଲରେ ସହ ସହ ବରାହ ଅଛନ୍ତି। ବରାହ ଦଳ ଚାଷୀମାନଙ୍କ ଧାନକ୍ଷେତରେ ପଶି ସହ ସହ ଚାଷୀ ଧାନ ନଷ୍ଟ କରୁଛନ୍ତି। ଜଙ୍ଗଲ ବିଭାଗକୁ ଜଣାଇଲେ କାଁ ଭାଁ ଚାଷୀଙ୍କୁ କ୍ଷୟକ୍ଷତି ମିଳୁଛି। ଆଜି କୁଅରେ ବରାହ ପଡିବା ଖବର ଜାଣିଲା ପରେ ଜଙ୍ଗଲ ବିଭାଗ ସତ୍ୟତାକୁ ଅନୁଭବ କରି ବରାହ ପଲ କ୍ଷତି କରିଥିବା ଚାଷୀ ମାନଙ୍କର ଧାନ ଚାଷ କ୍ଷତିପୁରଣ ଠିକ ସମୟରେ ପ୍ରଦାନ କରିବା ପାଇଁ କ୍ଷତି ସହିଥିବା ଡୁମେରବାହାଲ ର ଚାଷୀ ମାନେ ବନବିଭାଗ ରେଞ୍ଜରଙ୍କ ଠାରେ ଦାବି କରିଛନ୍ତି।