Odiapua.com

କିଡ଼ିନ ରୋଗାକ୍ରାନ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ଗ୍ରାମର ବାଙ୍କନିଧି ପେଡ଼ିଙ୍କ ପୁଅ ରାଜେଶ (୩୭) ଦୀର୍ଘଦିନ ଧରି କିଡ଼ିନ ରୋଗରେ ଆକ୍ରାନ୍ତ ହୋଇ ବାଲେଶ୍ୱର ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେ ଜଣେ ଆର୍ଥିକ ଅନଗ୍ରସର ଯୁବକ ହୋଇଥିବାରୁ ପ୍ରତି ସପ୍ତାହରେ ୨ଥର ବାଲେଶ୍ୱର ଯାଇ ଚିକିତ୍ସା ହେବାରେ ଅର୍ଥ ସାଜିଛି ବାଧକ । ଏକଥା ଜାଣିବା ପରେ କାଦବରାଙ୍ଗସ୍ଥିତ ସହଯୋଗୀ ସେବାସଂସ୍ଥା ପକ୍ଷରୁ ରାଜେଶଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସଂସ୍ଥାର ମୁଖ୍ୟ ଡ଼ଃ. ସରୋଜ ଧଳଙ୍କ ତତ୍ୱାବଧାନରେ ଇଂ ପୀତାମ୍ବର ଗିରି, ଆଇନଜୀବି ମଦନ ରାଉଳ, ଶିକ୍ଷକ ଗୟାଧର ପଲେଇ, ପର୍ଶୁରାମ ପୁହାଣ, ବାସୁଦେବ ଜେନା, କମଳାକାନ୍ତ ରାଉତ, ନିରଞ୍ଜନ ପୃଷ୍ଟି, ସୁକାନ୍ତ ଜେନା, ହରେକୃଷ୍ଣ ପଣ୍ଡା, ଅଶୋକ ଦାସ, ରାଧାଶ୍ୟାମ ଜେନା ପ୍ରମୁଖ ପୀଡ଼ିତଙ୍କୁ ଭେଟି ୫ ହଜାର ଯଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।