Odiapua.com

କିସ୍ ରେ ହେବ ରବୀ ହାଇପମାନ୍ସ ସେଣ୍ଟର : Indian Rugby Football Union ଏବଂ କିସ୍-କିଟ୍ ମଧ୍ୟରେ ବୁଝାମଣା

ବୁବନେଶ୍ୱର ୨୩.୧୨ (ଓଡ଼ିଆ ପୁଅ) Indian Rugby Football Union ଏବଂ କିସ୍ ଓ କିଟ୍ ମଧ୍ୟରେ ଏକ ବୁଝାମଣା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ହୋଇଛି। ଏଥିରେ IRFU ର ସଭାପତି ଶ୍ରୀ ମହେଶ ମାଥାଇ ଏବଂ କିସ୍ -କିଟ୍ ପକ୍ଷରୁ ଏହାର ସି.ଇ.ଓ ଡଃ ପ୍ରଶାନ୍ତ ରାଉତରାୟ ସ୍ବାକ୍ଷର କରିଥିଲେ। ଦେଶର ପ୍ରଥମ ବିଶ୍ଵବିଦ୍ୟାଳୟ ଭାବରେ କିଟ୍ ଭାରତୀୟ ଜାତୀୟ ମହିଳା ଓ ପୁରୁଷ ରବୀ ଦଳର sponsor ଭାବରେ କାର୍ଯ୍ୟ କରିବ। IRFU ପକ୍ଷରୁ କିରେ ରଖୀ ହାଇପମାସ ସେଣ୍ଟର ପ୍ରତିଷ୍ଠା କରାଯିବ। ୨୦୦୫ ମସିହାରୁ ଓଡିଶାରେ ରଗ୍ବୀ ଫୁଟବଲର ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କିସ୍ଏହି ସୁଯୋଗ ଦିଆଯାଇଛି। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କିସ୍ କୁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନରେ ଭାରତୀୟ ଜାତୀୟ ଦଳ ଦେଶ ପାଇଁ ସୁନାମ ଆଣିବ ବୋଲି ଆଶାପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା, ସାଂସଦ ଡଃ ଅଚ୍ୟୁତ ସାମନ୍ତ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ରବୀର ଜାତୀୟ ଆମ୍ବାସେଡର ଶ୍ରୀ ରାହୁଲ ବୋଷ ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଡା ସଚିବ ଶ୍ରୀ ବିଶାଳ ଦେବ ସ୍ୱାଗତ ଭାଷଣ ଦେଇଥିଲେ।