Odiapua.com

କିଷାନ କଂଗ୍ରେସର ଅଗଷ୍ଟ ୯ କୃଷକ ଅଧିକାର ପଦଯାତ୍ରା ଅନିର୍ବାଯ୍ୟ କାରଣ ବଶତଃ ସ୍ଥଗିତ ରହିଲା

ଭୁବନେଶ୍ୱର, ୮/୮ (ଓଡ଼ିଆ ପୁଅ) – ପିସିସି କିଷାନ କଂଗ୍ରେସ ପକ୍ଷରୁ ଗତ ମାସ ୨୮ ତାରିଖ ଦିନ ଅନୁଷ୍ଠିତ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅଗଷ୍ଟ ୯ କ୍ରାନ୍ତି ଦିବସଠାରୁ ପର୍ଯ୍ୟାୟକ୍ରମେ କୃଷକ ଅଧିକାର ପଦଯାତ୍ରା କରାଯିବାକୁ ସ୍ଥିର କରାଯାଇଥିଲା। କିନ୍ତୁ ଅନିର୍ବାଯ୍ୟ କାରଣ ବଶତଃ ଉକ୍ତ କାର୍ଯ୍ୟକ୍ରମକୁ ଅଗଷ୍ଟ ୯ ପାଇଁ ସ୍ଥଗିତ ରଖାଯାଇ ନିକଟ ଭବିଷ୍ୟତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପିସିସି କିଷାନ କଂଗ୍ରେସର ସମ୍ପାଦକ ସୁଧିର କୁମାର ଦାସ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମର ସବିଶେଷ ବିବରଣୀ ଗଣମାଧ୍ୟମ ଓ ଉକ୍ତ ସଂଗଠନର ପଦାଧିକାରୀଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।