Odiapua.com

କିଶୋର ନାୟକ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ବାପୁଜୀ କ୍ଲବ ଭୁବନେଶ୍ୱର ଚମ୍ପିୟାନ୍‌

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ନେତାଜୀ ମିନି ଷ୍ଟାଡିୟମ୍ ପୁରୁଷୋତ୍ତମପୁର ପଡିଆରେ ଶାନ୍ତି ୟୁଥ୍ ଏସୋସିଏସନ୍ ଆନୁକୂଲ୍ୟରେ ଚାଲିଥିବା ୨୨ତମ ସର୍ବ ଭାରତୀୟ କିଶୋର ନାୟକ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଚିତାକର୍ଷକ ଖେଳରେ ଭଦ୍ରକର ଇଷ୍ଟକୋଷ୍ଟ ରେଳବାଇକୁ ହରାଇ ଭୁବନେଶ୍ୱରର ବାପୁଜୀ କ୍ଲବ ବିଜୟୀ ହୋଇଛି । ଟସ୍ ଜିଣି ବାପୁଜୀ କ୍ଲବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ୍ ହରାଇ ୧୭୬ ରନ୍ କରିଥିଲା । ଦଳ ପକ୍ଷରୁ ରାମଚନ୍ଦ୍ର ବେହେରା ସର୍ବାଧିକ ୪୨ ବଲ୍‌ରୁ ୪୭ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ନିହାର ଭୂୟାଁ ୪ ଓଭରରେ ୪୦ ରନ୍ ଦେଇ ୩ଟି ଉଇକେଟ୍ ଅକ୍ତିଆର କରିଥିଲେ । ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳୁ ଥିବା ଇଷ୍ଟକୋଷ୍ଟ ରେଳବାଇ ୧୯ ଓଭରରେ ନିୟମିତ ବ୍ୟବଧାନରେ ସମସ୍ତ ଉଇକେଟ୍ ହରାଇ ୧୩୭ ରନ୍ କରି ୩୯ ରନ୍‌ରେ ପରାଜିତ ହୋଇଥିଲା । ଦଳ ପକ୍ଷରୁ ଆକାଶ ମହାପାତ୍ର ୪୨ ବଲରେ ସର୍ବାଧିକ ୫୯ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର କ୍ଷମା ସାଗର ବଳ ୩ ଓଭରରେ ୨୪ ରନ୍ ଦେଇ ୩ଟି ଉଇକେଟ୍ ନେଇଥିଲେ । ଆଜିର ମ୍ୟାଚ୍‌କୁ ଅମ୍ପାରିଂ ଭାବେ ଓସିଏ ପ୍ୟାନେଲ୍ ଅମ୍ପେୟାର୍ ଲଲାଟ କେଶରୀ ନନ୍ଦ, ସାନ୍ତନୁ ରାଉତ, ଭାଷ୍ୟକାର ଭାବେ ସଞ୍ଜୟ ମଜୁମଦାର, ସୁକାନ୍ତ ବେହେରା, ସେକ୍ ଆଜାରୁବ୍ଦିନ୍‌, ଅପୂର୍ବ ଚଣ୍ଡ ଥିଲେ । ଜ୍ୟୋତିରଞ୍ଜନ ଜେନା ସ୍କୋରର୍ ଦାୟିତ୍ୱ ତୁଲାଇ ଥିଲେ । ଆୟୋଜିତ ପୁରସ୍କାର ବିତରଣୀ ସଭାକୁ ସଞ୍ଜୟ ମଜୁମଦାର ସଞ୍ଚାଳନ କରିଥିଲେ ।

ଅତିଥି ଭାବେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବ୍ଲକ ସଭାପତି ରାଜ କିଶୋର ସ୍ୱାଇଁ, ଲକ୍ଷ୍ମୀଧର ସାହୁ, ସମାଜସେବୀ ବୁବୁ ପଟ୍ଟନାୟକ, ଇଂ ଉତ୍ତମ କୁମାର ନାୟକ, ନରେନ୍ଦ୍ର ସେଠୀ, ଟୁର୍ଣ୍ଣାମେଣ୍ଟ କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ବାରିକ, ସମ୍ପାଦକ ସୁବାଷ ଚନ୍ଦ୍ର ବିଶ୍ୱାଳ ଉପସ୍ଥିତ ରହି ୨୨ ବର୍ଷ ଧରି ୰ କିଶୋର ନାୟକଙ୍କ ସ୍ମୃତିରେ ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଶିକ୍ଷାବିତ୍ ମନ୍ମଥ କୁମାର ରାଉତ, ସଫଳ ଚାଷୀ ଉଦୟ ନାଥ କର, ଅଭିନେତା ଗିରିଜା ପଣ୍ଡା, କ୍ରିକେଟ୍‌ର ଅଜୟ ଜେନା, ନୃତ୍ୟ ଶିଳ୍ପୀ ସାନିଆ ସା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଅତିଥି ମାନେ ବିଜୟୀ ଓ ରନର୍ସ ଅଫ୍ ଦଳକୁ ଟ୍ରଫି ଓ ଅର୍ଥରାଶି ପ୍ରଦାନ ସହ ମ୍ୟାନ୍ ଅଫ୍ ଦି ସିରିଜ୍ ଆକାଶ ମହାପାତ୍ର ଓ ମ୍ୟାନ ଅଫ୍ ଦି ମ୍ୟାଚ୍ କ୍ଷମା ସାଗର ବଳଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଉପଦେଷ୍ଟା ଉମାକାନ୍ତ ନାୟକ, ସୁଭେନ୍ଦ୍ର କୁମାର ମିଶ୍ର, ଅଜୟ ନାୟକ, ଅରୁଣ ନାୟକ, ମୁକ୍ତିକାନ୍ତ ସାହୁ, ଜ୍ୟୋତିରଞ୍ଜନ ନାୟକ, ଚିତ୍ତରଞ୍ଜନ ନାୟକ, ସଞ୍ଜିବ ବେହେରା, କାହ୍ନା ନାୟକ, ଇଂ ସୁଧାଂଶୁ ନାୟକ, ପ୍ରଶାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।