Odiapua.com

କିଶୋରୀ ବାଳିକାମାନଙ୍କ ନିମନ୍ତେ ଦୁଇଦିନିଆ କର୍ମଶାଳା ଉଦ୍‌ଯାପିତ

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଶିଶୁ ବିକାଶ ବିଭାଗ ଦ୍ୱାରା ପ୍ରାୟୋଜିତ ସୋସାଇଟି ଫର ଉଇକର(ଆସିଆନା) ଦ୍ୱାରା ପରିଚାଳିତ ଉଜ୍ଜ୍ୱଳା ପ୍ରକଳ୍ପ ଯୋଜନାର (ଉଦ୍ଧାର ଓ ପ୍ରତିରୋଧ) ଦୁଇଦିନିଆ କିଶୋରୀ କର୍ମଶାଳା ଗତକାଲି ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁ ଓ ଏସଡବ୍ଲୁସି ର ନିର୍ଦ୍ଦେଶକ ସେକ ଅବଦୁଲ ସଲାମଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇ ଆଜି ଜିଲ୍ଲାସମାଜ ମଙ୍ଗଳଅଧିକାରିଣୀ ଜୟନ୍ତୀ ବେହେରାଙ୍କ ଦ୍ୱାରା ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଆସିଆନାର ସଂପାଦିକା ସୋଫିଆ ସେକ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟର ଆଭିମୁଖ୍ୟ ବିସ୍ତୃତ ଆଲୋଚନା କରିଥିଲେ। ଉକ୍ତ କର୍ମଶାଳାରେ ଭଦ୍ରକ ପୌରପାଳିକା ଅନ୍ତର୍ଗତ ପୁରୁଣାବଜାର, ଚରମ୍ପା, ଏରେଇଁ ପଂଚାୟତ, ତିହିଡିରୁ କାଆଁପଡା, ପାଳିଆବିନ୍ଧା ଏବଂ ବାସୁଦେବପୁରରୁ ବିନାୟକପୁର, ଗୁଆଗାଁ, ଭୌରବପୁର ପ୍ରମୁଖ ଅଂଚଳୁ ୩୦ଜଣ କିଶୋରୀମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଷାରଦମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଇଥିଲା, କିଶୋରୀମାନଙ୍କୁ ଆତ୍ମ ପ୍ରଶିକ୍ଷଣ, ସ୍ୱଚ୍ଛତା ଓ ପରିଚ୍ଛନତା, ପ୍ରଯଜନ ସ୍ୱାସ୍ଥା, ବାଲ୍ୟବିବାହ ଓ ମାନବ ଚାଲାଣ, କିଶୋର ନ୍ୟାୟ ଓ ପୋକ୍ସୋ ଆଇନ୍‌, ଶିକ୍ଷା ଅଭିଯାନ ସଂପର୍କରେ ଆଲୋଚନା କରାଯାଇଥିଲା। ପ୍ରଶିକ୍ଷକଭାବେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡ. ଭାରତୀ ରାଉତ, ଆଇନ୍‌ଜୀବୀ ରାଧାରାଣୀ ମହାପାତ୍ର, ଆଇନ୍‌ଜୀବୀ ଗଦାଧର ବଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ବିଜୟ କେତନ ସାହୁ, ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଧିକାରୀ ସମିତା ଶତପଥୀ, ସର୍ବଶିକ୍ଷା ଅଭିଯାନର ବାଳିକା ସଂଯୋଜକ ଇସ୍ପିତା ଜେନା, ବରିଷ୍ଠ ତାଲିମ ଦାତା ସଂଜୟ କୁମାର ଦାସ, ଜିଲ୍ଲା ସଂଯୋଜକ (ବାଲ୍ୟବିବାହ) ଅସିମ ଅମିତାଭ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟିର ପ୍ରବେଶନ ଅଧିକାରୀ ସୁବ୍ରତ ଦାସ, ଜିଲ୍ଲା ନିୟୋଜନ ଅଧିକାରୀ ଅଜୟ କୁମାର ଦାସ, ଜିଲ୍ଲା ଦକ୍ଷତା ସଂଯୋଜକ ସଂଦୀପ୍ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ। ଶେଷରେ ସାମାଜିକ କର୍ମୀ ଭାଗ୍ୟଶ୍ରୀ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆସିଆନାର ସଂଯୋଜକ ରିଆଜ ଅହମ୍ମଦ ପରିଚାଳନା କରିଥିବାବେଳେ କାଦମ୍ବିନୀ ଜେନା, ପ୍ରତୀମା ବଳ, ଶତାବ୍ଦୀ ବେହୁରା, ସ୍ତିତିପ୍ରଜ୍ଞା ବଳ ପ୍ରମୁଖ ସହଯୋଗ କରିଥିଲେ।