Odiapua.com

କିଡ୍ନୀନି ରୋଗରେ ପୀଡିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜିତୁନ

ନିଶ୍ଚିନ୍ତକୋଇଲି :୧୩/୦୬ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓଡ଼ଖଣ୍ଡ ଗାଁର ଜିତୁନ କୁମାର ଦାସ ଗତ ୨ବର୍ଷ ହେବ କିଡିନି ରୋଗରେ ପୀଡ଼ିତ ହୋଇ ଚିକତ୍ସାଧୀନ ଥିଲେ। ବର୍ତ୍ତମାନ ତାଙ୍କର ଦୁଇଟି କିଡିନି ଖରାପ ହୋଇଯାଇଛି। ସେ ଏବେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। କିନ୍ତୁ ଅର୍ଥ ସାଜିଛି ତାଙ୍କ ର ଚିକିତ୍ସା ପାଇଁ ବଡ଼ପ୍ରତିବନ୍ଧକ। ଜିତୁନ ହେଉଛନ୍ତି ତାଙ୍କ ଘରର ଏକ ମାତ୍ର ପୁଅ। ତାଙ୍କ ବାପା ଏବେ ବୟସର ଅପରାହ୍ନରେ ଉପନୀତ। ଗାଁ ମୁଣ୍ଡରେ ଏକ ସିମେଣ୍ଟ ନନ୍ଦ ଦୋକାନକରି ପରିବାର ପ୍ରତିପୋଷଣ କରନ୍ତି। ଜିତୁନଙ୍କ ଦେହଖରାପ ଯୋଗୁଁ ତାହା ଏବେ ସମ୍ପୂର୍ଣ୍ଣ ବନ୍ଦ। ଜିତୁନଙ୍କ ପରିବାର କହିଲେ ତାଙ୍କ ବାପା, ମା ଓ ତାଙ୍କ ସ୍ତ୍ରୀ ଗୋଟିଏ ପୁଅ ଓ ଗୋଟିଏ ଝିଅ ତାଙ୍କର ଦେହ ଖରାପ ଓ ପରିବାର ପ୍ରତିପୋଷଣ ର ଆର୍ଥିକ ସଙ୍କଟ ଜିତୁନଙ୍କ ଚିନ୍ତା କୁ ଆହୁରି ଦ୍ବିଗୁଣିତ କରିଛି। ତାଙ୍କର ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ୧୦ ରୁ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରକାଶ କରିଛନ୍ତି। ଯଦି ସରକାର, ସ୍ୱେଚ୍ଛାସେବୀ ସଂଗଠନ ଓ ବଦାନ୍ୟ ବ୍ୟକ୍ତି ଜିତୁନଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଲେ ଗୋଟିଏ ଅମୂଲ୍ୟ ଜୀବନ ବଞ୍ଚିପାରନ୍ତା।