Odiapua.com

କିଡିନି ଆକ୍ରାନ୍ତ ନନ୍ଦିନୀକୁ ସହାୟତା କଲେ ଯୁବ ଗୋଷ୍ଠୀ

କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶିବନାରାୟଣପୁର ଗ୍ରାମର କିଡ଼ିନି ଆକ୍ରାନ୍ତ ଶିଶୁକନ୍ୟା ନନ୍ଦିନୀଙ୍କ ପରିବାରକୁ ୩୦ହଜାର ଟଙ୍କାର ସହାୟତା କରିଛନ୍ତି ଯୁବଗୋଷ୍ଠୀ। ଶଳଣିଆର ବିପିନି ବିହାରୀ କୁଅଁର, ମରେଇଗାଁର ସତ୍ୟବ୍ରତ ଜେନା, ଇଞ୍ଚୋଳର ଉମାକାନ୍ତ ପଣ୍ଡା, ବିରେନ୍ଦ୍ର କୁମାର ବିଶ୍ୱାଳ, ରାଜେଶ ନାୟକ, ରିତାଞ୍ଜଳୀ ସେଠୀ,ଆଦିତ୍ୟ ପଣ୍ଡା, ପୂଜାଷ୍ଟିଲ ରାଜେଶ ପ୍ରମୁଖ ନିଜ ନିଜ ଉଦ୍ୟମ କ୍ରମେ ସାମାଜିକ ଗଣ ମାଧ୍ୟମର ସହଯୋଗ କ୍ରମେ ୩୦ ହଜାର ସଂଗ୍ରହ କରି ନନ୍ଦିନୀଙ୍କ ପରିବାରକୁ ପ୍ରଦାନ କରିଛନ୍ତି। ନନ୍ଦିନୀ ମାତ୍ର ୩ ବର୍ଷର ଶିଶୁକନ୍ୟା ହୋଇଥିବା ବେଳେ ୨ବର୍ଷ ହେଲା ତାର ମା ମାରି ଯାଇଥିବା ବେଳେ ବାପା ଏବେ ରାଜ୍ୟ ବାହାରେ। ବଡ ଭାଇ ପୋଲିଓ ଆକ୍ରାନ୍ତ। ତେଣୁ ବହୁତ ଗରିବ ପରିବାରର ନନ୍ଦିନୀ ଏବେ ବଡବାପା ପାଖରେ। ଗତ କିଛିଦିନ ତଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କିଛି ସ୍ବେଛାସେବୀଙ୍କ ସହଯୋଗ କ୍ରମେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଛି ନନ୍ଦିନୀ। ଏହି ଯୁବ ଗୋଷ୍ଠୀଙ୍କ ଏପରି ଉଦ୍ୟମକୁ ସାଧୁବାଦ ଜଣାଇଛନ୍ତି ଅଞ୍ଚଳବାସୀ।