ମାଲକାନଗିରି,୨୧ା୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଶତାଧିକ ସଂଖ୍ୟାରେ କିଡନୀ ରୋଗୀ ଥିବାରୁ ଦୀର୍ଘବର୍ଷ ଧରି ଦାବିହୋଇ ଆସୁଥିବା ଡାଏଲିସିସ୍ ସେବା କେନ୍ଦ୍ର ଆଜି ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ହସପିଟାଲରେ ଉଦଘାଟିତ ହୋଇ ଯାଇଛି । ନବରଙ୍ଗପୁର ସାଂସଦ ବଳଭଦ୍ରମାଝୀ ଓ ମାଲକାନଗିରି ବିଧାୟକ ମାନସ ମାଡକାମି ଅତିଥି ଭାବେ ଯୋଗଦେଇ ଜିଲ୍ଲାସଦର ମହକୁମାସ୍ଥ ସାତମହଲା ବିଶିଷ୍ଠ ହସପିଟାଲର ଦ୍ୱିତୀୟ ତାଲାରେ ସ୍ୱତନ୍ତ୍ରଭାବେ ପ୍ରତିଷ୍ଠିତ ଡାଏଲିସିସ୍ ସେବା କେନ୍ଦ୍ର କୁ ଅନୁଷ୍ଟାନିକ ଭାବେ ଉଦଘାଟନ କରିଛନ୍ତି । ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନର ଉଦ୍ୟମକ୍ରମେ ପ୍ରଥମଥର କରି ଜାତୀୟସ୍ୱାସ୍ଥ୍ୟ ମିଶିନ ଓ ପିପିପି ମୁଡରେ ରାହି କେଏଆର ସଂସ୍ଥା ଦ୍ୱାରା ପରିଚାଳିତ ୩ ଶଯ୍ୟାବିଶିଷ୍ଠ ଡାଏଲିସିସ୍ ସେବା କେନ୍ଦ୍ର ପ୍ରତିଷ୍ଟା ହୋଇଛି,ଏଠାରେ ଡାକ୍ତର, ଷ୍ଟାପନର୍ସ,ଟେକନିସିଆନ ଙ୍କ ସହିତ ୬ଜଣ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ କର୍ମଚାରୀ ନୁଯୁକ୍ତି ପାଇବେ । ଦିନକୁ ଏକା ସଙ୍ଗେ ୬ଜଣ କିଡ୍ ନୀ ରୋଗୀଙ୍କୁ ଡାଏଲିସିସ୍ କରାଯାଇ ପାରିବ,ମାସକୁ ପ୍ରାୟ ୧୫୦ ପାଖାପାଖି କିଡ୍ ନୀ ରୋଗୀଙ୍କର ଡାଏଲିସିସ୍ ର ବ୍ୟବସ୍ଥା ହୋଇପାରିବ,ଜିଲ୍ଲାରେ ପ୍ରାୟ୨୫ରୁ ଉର୍ଦ୍ଦ କିଡ୍ ନୀରୋଗୀ ନିୟମିତ ଭାବେ ଆନ୍ଦ୍ରପ୍ରଦଶ,କଟକ,ଭୁବନେଶ୍ୱର, ଛତିଶଗଡକୁ ଖର୍ଚାନ୍ତ ହୋଇ ଡାଏଲିସିସ୍ କରିବାକୁ ଯାଇଥାନ୍ତି , ଏବେ ମାଲକାନଗିରି ଜିଲ୍ଲାରେ ସେହି ରୋଗୀ ମାନେ ମାଗଣାରେ ସେବା ପାଇପାରିବେ ବୋଲି ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଜିତକୁମାର ମାହାନ୍ତି ସୁଚନା ଦେଇଛନ୍ତି । ଆଜି ଉଦଘାଟନି ପରେ ମାଲକାନଗିରି ଜିଲ୍ଲାସଦର ମହକୁମାର ଏସ.ବିଜୟ ଭସ୍କର ରାଓ ନାମକ ଜଣେ କିଡନୀ ରୋଗୀ ଙ୍କର ଡାଏଲିସିସ୍ ହୋଇଥିଲା ।