Odiapua.com

କିଛି ସମୟ ପରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ ୨୧ ମଇ (ଓଡ଼ିଆ ପୁଅ) – ଆଉ କିଛି ସମୟ ପରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ସକାଳ ୯ଟାରେ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଦିନ ୧୧ ଟା ଠାରୁ ବୋର୍ଡର ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ସଭାପତି ଜାହାନ ଆରା ବେଗମ୍ ଏହି ସୂଚନା ଗତକାଲି ଦେଇଥିଲେ। ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବୋର୍ଡ ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସଇ ଓଡିଶା ଡଟ୍ ଏସି .ଇନ୍ ଏବଂ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସଇ ଓଡିଶା ଡଟ୍ ଏନଆଇସି.ଇନ୍ ରେ ଲଗଇନ୍ କରି ରେଜଲ୍ଟ ଜାଣିପାରିବେ। ସେହିପରି ଏସଏମଏସ୍ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। ମୋବାଇଲରେ ଓଆର୍୧୦ ପରେ ରୋଲ୍ ନମ୍ବର ଲେଖି ୫୬୭୬୭୫୦କୁ ପଠାଇଲେ ରେଜଲ୍ଟ ପାଇପାରିବେ। ସୂଚନାଯୋଗ୍ୟ ଚଳିତ ବର୍ଷ ୨ହଜାର ୮୩୦ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ୭୮୦ ପିଲା ପରୀକ୍ଷା ଦେଇଛନ୍ତି। ଫେବ୍ରୁଆରୀ ୨୨ରୁ ମାର୍ଚ୍ଚ ୮ ମଧ୍ୟରେ ହୋଇଥିଲା ମାଟ୍ରିକ ପରୀକ୍ଷା। ଏଥିସହ ୪୪ ଟି କେନ୍ଦ୍ରରେ ୩ ହଜାର ୯ ଜଣ ପରୀକ୍ଷାର୍ଥୀ ମଧ୍ୟମା ଓ ୭୯ଟି ପରୀକ୍ଷା କେନ୍ଦ୍ରରେ ୧୨ ହଜାର ୧୨ ଜଣ ଓପନ ସ୍କୁଲ ପରୀକ୍ଷା ଦେଇଛନ୍ତି। ୫ ତାରିଖରୁ ମାଟ୍ରିକ ଖାତାଦେଖା ଆରମ୍ଭ ହୋଇଥିଲା। ଚଳିତବର୍ଷର ମାଟ୍ରିକ ପରୀକ୍ଷା ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହୋଇଥିଲା।