Odiapua.com

କାହିଁକି ଝିଅର ନାଁ ଏପରି ରଖିଥିଲେ ସୁଷମା ?

ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଉ ନାହାନ୍ତି ସୁଷମା ।  ହେଲେ କୃଷ୍ଣ ପ୍ରେମୀ ଥିଲେ ସୁଷମା ସ୍ୱରାଜ। ସେ ଭଗବାନ କୃଷ୍ଣଙ୍କର ବହୁତ ବଡ ଭକ୍ତ ଥିଲେ। ତାଙ୍କର ଭଗବାନ କ୍ରୁଷ୍ଣଙ୍କ ପ୍ରତି ଅପାର ଶ୍ରଦ୍ଧା ଏବଂ ଭକ୍ତି ଥିଲା। ସେ କୃଷ୍ଣଙ୍କ ଜୀବନୀକୁ ନେଇ ଏତେ ପ୍ରଭାବିତ ଥିଲେ ଯେ ସେ ଭଗବାନଙ୍କ ଭଳି ଅନେକ ରୂପରେ ନିଜର କର୍ତ୍ତବ୍ୟ ନିଭାଇକୁ ଚାହୁଁଥିଲେ। ଏହାକୁ ସହଜରେ କହିବାକୁ ଗଲେ ସେ ଜଣେ ଝିଅ, ସ୍ତ୍ରୀ, ମା’ ଏବଂ ଜଣେ ରାଜନୀତିଜ୍ଞ ରୂପରେ ଜୀବନକୁ ଉପଭୋଗ କରିଥିଲେ।

ତାଙ୍କ ଜୀବନରେ ତାଙ୍କ ଝିଅ ତାଙ୍କର ବହୁତ ଖାସ ସ୍ଥାନରେ ରହିଥିଲେ ଏବଂ ଏଥିପାଇଁ ତାଙ୍କ ନାମକରଣ ବହୁତ ଭାବିଚିନ୍ତି ଦେଇଥିଲେ।

ଯେଉଁଭଳି ଭାବେ ଭଗବାନ କୃଷ୍ଣଙ୍କୁ ତାଙ୍କ ବଂଶୀ ବହୁତ ପ୍ରିୟ ଥିଲା ସେହିଭଳି ଭାବେ ସୁଷମାଙ୍କୁ ତାଙ୍କ ଝିଅ ମଧ୍ୟ ବହୁତ ପ୍ରିୟ ଥିଲା। ଏହି କାରଣରୁ ସେ ତାଙ୍କ ଝିଅର ନାମ ‘ବାଂସୁରୀ’ ରଖିଥିଲେ।