Odiapua.com

କାହାଣୀକାର ନଟବର ରାଉଳଙ୍କ ‘କାହାଣୀ କୁସୁମ’ ଉନ୍ମୋଚିତ

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ସରସଦା ଭାଗବତ ଟୁଙ୍ଗୀ ପରିସରରେ କାହାଣୀକାର ନଟବର ରାଉଳଙ୍କ ‘କାହାଣୀ କୁସୁମ’ ଗୁରୁବାର ପାଠକାର୍ପିତ ହୋଇଯାଇଛି । ପବିତ୍ର ପାରାୟଣ ଉତ୍ସବ ଅବସରରେ ଶିକ୍ଷାବିତ ହରମୋହନ କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷାବିତ ଶ୍ରୀବତ୍ସ କରଶର୍ମା ମୁଖ୍ୟଅତିଥି, ମୁଖ୍ୟବକ୍ତା ଇଂ ଅଭୟ ସୂତାର, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମୀକ୍ଷକ ପ୍ରାଧ୍ୟାପକ କ୍ଷୀରୋଦ କୁମାର ସାମଲ, ପ୍ରାଧ୍ୟାପିକା ପ୍ରଭାତ ନଳିନୀ ମହାପାତ୍ର, କବୟତ୍ରୀ ଗୀତାରାଣୀ ଆଇଚ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଅବନୀ ପ୍ରଧାନ, ସାହିତ୍ୟିକ କରୁଣାକର ବେହୁରିଆ, ଡା କିରଣ ଚନ୍ଦ୍ର ଗୁଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ରାଉଳଙ୍କ ସାରସ୍ୱତ ସାଧନା, ପୁସ୍ତକ ରଚନା ଓ ଆଧ୍ୟତ୍ମିକତାବାଦ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ତାଙ୍କର ନିରାମୟ ଜୀବନ କାମନା କରିଥିଲେ । ମୁଖ୍ୟଅତିଥି ଶ୍ରୀ କରଶର୍ମା ରାଉଳଙ୍କ ରଚିତ ‘କାହାଣୀ କୁସୁମ’ ପାଠକାର୍ପଣ କରିଥିବା ବେଳେ ସମୀକ୍ଷକ ଶ୍ରୀ ସାମଲ ପୁସ୍ତକର ସମୀକ୍ଷା କରିଥିଲେ । ଚରୟିତା ଶ୍ରୀ ରାଉଳ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରି ସାହିତ୍ୟ ସର୍ଜ୍ଜନା ଜାରି ରଖିବେ ବୋଲି କହିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଶ୍ରୀ ରାଉଳ ହିନ୍ଦୀ ଶିକ୍ଷକରୁ ସେବା ନିବୃତ୍ତ ହେବା ପରେ ଏଯାବତ୍ ଗଳ୍ପ, କବିତା ଓ ହିନ୍ଦୀ ଆଦି ମୋଟ ୧୩ ଖଣ୍ଡ ପୁସ୍ତକ ରଚନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କବି ପୁରୁଷୋତ୍ତମ ଧଳ, କବି ରମାକାନ୍ତ ବେହେରା, ଶିକ୍ଷାବିତ ଅନାଦି ଚରଣ ବାରିକ ଉତ୍ସବରେ ଅଂଶଗ୍ରହଣ କରିଥିଲେ । କବି ଦାମୋଦର ନାୟକ ପ୍ରାରମ୍ଭିକ ସୂଚନା, ଅଧ୍ୟାପିକା ଯୋଗ୍ୟଶ୍ରୀ ସାମଲ ଅତିଥି ପରିଚୟ ଓ କବି ଜଗନ୍ନାଥ ସାମଲ ଧନ୍ୟବାଦ ଦେଇଥିଲେ ।