Odiapua.com

କାସିମପୁର ପଞ୍ଚାୟତର ବନ୍ୟା ସ୍ଥିତି ମନୁଷ୍ୟକୃତ, ଗ୍ରାମ୍ୟ ଉନ୍ନୟନ ବିଭାଗର ତ୍ରୁଟିପୂର୍ଣ୍ଣ ରାସ୍ତା ପାଇଁ ୨ହଜାର ଲୋକ ଜଳବନ୍ଦୀ

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ସବୁଠି ବନ୍ୟାର କୋପ ଦେଖିବାକୁ ମିଳୁଛି। ଏଥିରୁ ବାଦ ପଡ଼ି ନାହିଁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ପ୍ରାୟ ୨୬ଟି ପଞ୍ଚାୟତ। ବୈତରଣୀ ନଦୀର ଶାଖା ନଦୀ ମାନଙ୍କରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ବହୁ ପଞ୍ଚାୟତ ଜଳମଗ୍ନ ହୋଇଛି। ଏବେ ଜଳସ୍ତର ଖସିବାକୁ ଲାଗିଛି ସତ। କିନ୍ତୁ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗକୁ ଆହୁରି ୨ଟି ଲଘୁଚାପ ଆସୁଛି। ଏହାଦ୍ୱାରା ବ୍ୟାପକ ଅଞ୍ଚଳରେ ଜଳ ବିଭୀଷିକା ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ତେବେ ଏହି ବ୍ଲକର କାସିମପୁର ପଞ୍ଚାୟତରେ ଦେଖାଦେଇଥିବା ବନ୍ୟ।। ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ ବୋଲି ପଞ୍ଚାତବାସୀ ଅଭିଯୋଗ କରିଛନ୍ତି। ପ୍ରତ୍ୟେକ ଗ୍ର୍ରାମ ସହିତ ପଞ୍ଚାତ ମୁଖ୍ୟ କାର୍ଯ୍ୟାଳୟକୁ ସଂଯୋଗ କରିବା ତଥା ଗମନାଗମନର ସୁବିଧା ପାଇଁ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏକ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇ ଟେଣ୍ଡର ହୋଇଥିଲା। ଏହି ରାସ୍ତା କାସିମପୁର ଛକ ଠାରୁ ପଛାଲୋ, ବମକୁରା ଓ ଖଡ଼ୀମାହାରା ପର୍ଯ୍ୟନ୍ତ ଲମ୍ବିଥିବା ୪ କିଲୋମିଟର ଶହେ ମିଟର ଓ ଏଥି ନିମିତ୍ତ ୩କୋଟି ୪ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା।

୨୦୨୦ ମସିହା ଡିସେମ୍ବର ମାସରୁ ଟେଣ୍ଡର ପାଇଥିବା ଠିକାଦାର ନିତ୍ୟାନନ୍ଦ ଦାସ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୨୧ ମସିହା ନଭେମ୍ବର ମାସ ୨୮ ତାରିଖ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଠିକାଦାର ବିଭାଗ ସହିତ ଚୁକ୍ତିନାମା କରିଥିଲେ। ଚୁକ୍ତିନାମାର ୧୦ ମାସ ପରେ ମଧ୍ୟ ଉକ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ। ତଥାପି ଉକ୍ତ ଏଷ୍ଟିମେଟ ସମୟରେ ବହୁ ବୈଷୟିକ ଦିଗ ପ୍ରତି ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇନଥିଲା। ରେବ ଓ କପାଳୀ ନଦୀର ସଂଯୋଗସ୍ଥଳ ଠାରୁ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ୍ୟ ଆରମ୍ଭ ହୋଇଥିବାରୁ ବହୁ ଗ୍ରାମବାସୀ ସଂପୃକ୍ତ ଅଞ୍ଚଳରେ ଅନ୍ୟ ଦିଗରୁ ଆସୁଥିବା ବୈତରଣୀ ନଦୀର ବନ୍ୟ୍ୟା ଜଳର ନିଷ୍କାସନ ପାଇଁ ଅଧିକ କଲଭର୍ଟ କରିବାକୁ ଓ ବଡ ହ୍ୟୁମ୍ ପାଇପ ବସାଇବାକୁ ତତ୍କାଳନୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଅନୁରୂପ ଉକ୍ତ ରାସ୍ତାର ଝଳି ଠାରେ ମଧ୍ୟ ଅଧିକ କଲଭର୍ଟ ନିର୍ମାଣ ପାଇଁ ଦାବି କରିଥିଲେ। କିନ୍ତୁ ପ୍ରତିଶୁତି ମିଳିଥିଲେ ମଧ୍ୟ ବିଭାଗ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ଦିଆଯାଇନଥିଲା। ଏହାବ୍ୟତୀତ ଯେତିକି ବି ରାସ୍ତା କାର୍ଯ୍ୟ ହୋଇଛି ତାହା ସମ୍ପୂର୍ଣ୍ଣ ନିମ୍ନମାନର ବୋଲି ଗ୍ର୍ରାମବାସୀ ଅଭିଯୋଗ କରିଛନ୍ତି। ଏହାବ୍ୟତୀତ ଚଳିତଥର ଆସିଥିବା ସାମାନ୍ୟ ବନ୍ୟାରେ ଉକ୍ତ ନବନିର୍ମିତ ରାସ୍ତା ଶୋଚନୀୟ ହୋଇ ପଡ଼ିଛି। ଫଳରେ ବନ୍ୟାଳୟ ନିଷ୍କାସିତ ହୋଇନପାରି ଏବେ ଉକ୍ତ ପଞ୍ଚାୟତର ପତିସାହି, ମଳିକସାହି, ଯେନା ସାହି, ହାଟୁଆ ସାହି, ସେଠୀ ସାହି, ଉଆସ ସାହିର ବହୁ ଲୋକଙ୍କ ଘରେ ବନ୍ୟାଜଳ ପ୍ରବେଶ କରିଛି ଓ ସେମାନେ ଜଳବନ୍ଦୀ ହୋଇ ରହିଛନ୍ତି। ସେହିପରି ଉକ୍ତ ପଞ୍ଚାୟତର ଏକମାତ୍ର୍ର ହାଇସ୍କୁଲ, ୨ଟି ପ୍ରାଥମିକ ବିଦ୍ୟାଳୟ ଓ ୫ଟି ଅଙ୍ଗନୱାଡ଼ି କେନ୍ଦ୍ର୍ର ବନ୍ୟା ପାଇଁ ବନ୍ଦ ରହିଛି।

ଏପରିକି ଗତକାଲି ହେମେନ୍ଦ୍ର ନାଥ ଉଚ୍ଚ ବିଦ୍ୟ୍ୟାଳୟରେ ହେବାକୁ ଥିବା ମାଧ୍‌ୟମିକ ଶିକ୍ଷା ବୋର୍ଡ଼ ପରିଚାଳିତ ଆସେସମେଣ୍ଟ ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ କରାଯାଇଛି। ତେଣୁ ଏହି ପଞ୍ଚାତରେ ଯେଉଁ ବନ୍ୟା ସ୍ଥିତି ଦେଖା ଦେଇଛି ତାହା ସମ୍ପୂର୍ଣ୍ଣ ମନୁଷ୍ୟକୃତ ଓ ଏଥି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ(୨) ଦାୟୀ ବୋଲି ପଞ୍ଚାୟତ ସମିତି ସଭ୍ୟ ଜ୍ୟୋତିରାଜ ନାୟକ, ଯୁବନେତା ଦେବଜ୍ୟ୍ୟୋତି ନାୟକ, ଆଲୋକ ରଂଜନ ନାୟକ, ବିରଂଚି ନାରାୟଣ ନାୟକ, ବୃଷଭାନୁ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ସେହିପରି ଉକ୍ତ ଠିକାଦାରଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅନୁକମ୍ପା ଦେଖାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଉକ୍ତ ରାସ୍ତାର ଉଚ୍ଚତା ବୃଦ୍ଧି ସହିତ ବନ୍ୟା ଜଳ ନିଷ୍କାସନ ପାଇଁ ଅଧିକ କଲଭର୍ଟ ନିର୍ମାଣ କରିବାକୁ ଦାବି ହୋଇଛି। ଏହି ଅଭିଯୋଗ ଉପରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନାହିଁ।