Odiapua.com

କାସିମପୁର ପଂଚାୟତ ଠାରେ ବିଜେଡ଼ି ମିଶ୍ରଣ ପର୍ବରେ ବିଜେପି ଦଳର ଛାମୁଆ ନେତା ଓ ଶତାଧିକ କର୍ମୀ ବିଜେଡିରେ ଯୋଗଦେଲେ

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ କାଶିମପୁର ପଂଚାୟତ ଠାରେ ବିଜୁ ଜନତାଦଳର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ବିଜେଡି ବ୍ଲକ ସଭାପତି ଓ ଅଧ୍ୟକ୍ଷଙ୍କର କାର୍ଯ୍ୟ ଧାରା ବିଜେଡ଼ିନେତା ପ୍ରଦୀପ ମଲ୍ଲିକଙ୍କ ଲୋକପ୍ରିୟତା ଉପରେ ବିଶ୍ୱାସ ରଖି କାଶିମପୁର ପଂଚାୟତର ଛାମୁଆ ବିଜେପି ନେତା କର୍ମୀ ଓ ସଂଗଠକ ମାନେ ବିଜେଡିରେ ଯୋଗଦେଇଥିବା ଜଣାଯାଇଛି । ଆଗକୁ ଆସୁଛି ନିର୍ବାଚନ ଋତୁ । ୨୦୨୨ ମସିହା ମାର୍ଚ ମାସ ପ୍ରଥମ ସପ୍ତାହ ବେଳକୁ ପଂଚାୟତ ନିର୍ବାଚନ ହୋଇପାରେ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ ସବୁଜ ସଂକେତ ପରେ ବିଭିନ୍ନ ରାଜନୈତିକ ଦଳ ତତ୍ପର । ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ପାଇଁ ସବୁ ଦଳର ନେତା ଓ ଛାମୁଆ ସଂଗଠକ ମାନେ ଉଦ୍ୟମରତ । ବିଜେପି ଦଳ କେବଳ ପ୍ରଚାର ପ୍ରସାରରେ ସୀମିତ ଥିବା ବେଳେ ଓଡିଶାରେ କ୍ଷମତାସୀନ ବିଜେଡି ଦଳ ତୃଣମୂଳ ସ୍ତରରୁ କର୍ମୀଙ୍କୁ ଏକାଠି କରି ଦଳକୁ ମଜବୁତ୍ କରିବା ପାଇଁ ସଂଗଠକ ମାନଙ୍କ ମଧ୍ୟରେ ଉତମ ବୁଝାମଣାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଦଳର କଳେବର ବୃଦ୍ଧି କରିବା ଦିଗରେ ବିଜେପି ଠାରୁ ବିଜେଡି ଦୁଇ ପାଦ ଆଗରେ । ଏହି ପ୍ରରୀପ୍ରେକ୍ଷୀରେ ନେତା ଅସନ୍ତୁଷ୍ଟ କର୍ମୀ ଓ ନେତା ମାନଙ୍କର ଆରମ୍ଭ ହୋଇଛି ଦଳ ଡିଆଁ ପ୍ରତିଯୋଗିତା ।

ବ୍ଲକ ସଭାପତି ଉମେଶ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସାଂସଦଙ୍କ ପ୍ରତିନିଧି ନାରାୟଣ ଚନ୍ଦ୍ର ସାହୁ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ତଥା ବରିଷ୍ଠ ସମିତି ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ହରେକୃଷ୍ଣ ପାଢୀ, ଭଦ୍ରକ- ବାଲେଶ୍ୱର ସମବାୟବ୍ୟାଙ୍କ ପୂର୍ବତନ ସଭାପତି ରଘୁନାଥ ଲେଙ୍କା ଏବଂ ବ୍ଲକ ଯୁବ ବିଜେଡି ସଭାପତି ଭାରତ ବିଜୟ ଦଳାଇ ଯୋଗଦେଇଥିବା ବେଳେ କାଶିମପୁର ପଂଚାୟତ ବିଜୁ ଜନତା ଦଳ ସଭାପତି ସୁଧାକର ପତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବହୁ ବିଜେପି ଦଳର ଛାମୁଆ ନେତା, କର୍ମୀ ଓ ସଂଗଠକ ବିଜେଡିରେ ସାମିଲ ହୋଇଛନ୍ତି ବୋଲି ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଭାରତୀୟ ଜନତାପାର୍ଟିର ଦୀର୍ଘଦିନର ନେତା ଓ କର୍ମୀ ନିଜ ଦଳ ତ୍ୟାଗ କରି ବିଜେଡିରେ ମିଶିଥିବା ସୁଶାନ୍ତ ସେଠୀ, ସନାତନ ପତି, ବଳରାମ ପତି, ଗୋବର୍ଦ୍ଧନ ସେଠୀ, ଅରୁଣ କୁମାର ବିଶ୍ୱାଳ, ଚିତରଂଜନ ସେଠୀ, ଅଭିମନ୍ୟୁ ସେଠୀ, ସନାତନ ସେଠୀ, ରାହାସ ବିହାରୀ ପତି, ଜୟରାମ ସେଠୀ, ଅଶୋକ କୁମାର ପତି, ସୁବ୍ରତ ପତି, ରମାକାନ୍ତ ସେଠୀ, ସୁଶାନ୍ତ ସେଠୀ, ବିଭୂକଲ୍ୟାଣ ନାୟକ ପ୍ରମୁଖଙ୍କ ବିଜେଡି ଦଳର ନେତାମାନେ ଦଳୀୟ ଉତରିୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଆଗକୁ ପ୍ରତ୍ୟେକ ପଂଚାୟତ ମାନଙ୍କରେ ଅନୁଷ୍ଠିତ ମିଶ୍ରଣପର୍ବ ଅନ୍ୟଦଳଛାଡ଼ି ବିଜୁ ଜନତାଦଳରେ ବହୁ ନେତା କର୍ମୀ ଯୋଗଦେବେବୋଲି ବିଜେଡ଼ି ବ୍ଲକ ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।