Odiapua.com

କାଶ୍ମୀର ଆତଙ୍କବାଦୀ ଆକ୍ରମଣଜନିତ ମୃତକ ମାନଙ୍କ ପାଇଁ “ଆମେ ଭାରତବାସୀ” ସଂଗଠନ ପକ୍ଷରୁ ଭଦ୍ରକରେ କ୍ୟାଣ୍ଡଲ ଶୋଭାଯାତ୍ରା

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଆତଙ୍କବାଦୀ ମାନଙ୍କ ଆକ୍ରମଣରେ କାଶ୍ମୀର ପାହାଲଗାମ ଠାରେ ୨୮ ଜଣ ପର୍ଯ୍ୟଟକ ମୃତ୍ୟୁ ବରଣ କରିଛନ୍ତି ଓ ଶତାଧିକ ସାଧାରଣ ଜନତା ଆହତ ହୋଇଛନ୍ତି । ମୃତକ ମାନଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇ “ଆମେ ଭାରତବାସୀ ” ଭଦ୍ରକ ଶାଖା ପକ୍ଷରୁ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଭଦ୍ରକ ଟାଉନ୍ ହଲ ଛକ ଠାରୁ ବାହାରି ଭଦ୍ରକ ସହର ପରିକ୍ରମା କରି ଏକ ସ୍ମୃତିଚାରଣ ସଭା ଟାଉନ୍ ହଲ ଛକଠାରେ “ଆମେ ଭାରତବାସୀ” ଭଦ୍ରକ ଶାଖା ର ଯୁଗ୍ମ ଆବାହକ ବିକାଶ ନାଥ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭା ରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଭଦ୍ରକ ପୌରଧ୍ୟକ୍ଷା ଗୁଲୁମୁକ୍କୀ ହବିବ୍‌, ଯୁବନେତା ନାସିରୁଦ୍ଦିନ ଖାନ୍‌, ଆମେ ଭାରତବାସୀ ଭଦ୍ରକ ଶାଖା ର ଆବାହକ ଜାହିଦ ହବିବ୍‌, ଅନ୍ୟତମ ଆବାହକ ଜାହିର ଖାନ୍‌, ସମାଜସେବୀ ଲଲାଟେନ୍ଦୁ ମଲ୍ଲିକ ପ୍ରମୁଖ ଯୋଗଦେଇ ମୃତକ ମାନଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ସହରର ୨୦୦ ରୁ ଉର୍ଦ୍ଧ ଯୁବକ ଯୁବତୀ ଯୋଗ ଦେଇଥିଲେ ।