Odiapua.com

କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି

ନୂଆଦିଲ୍ଲୀ,୦୧/୧୦,(ଓଡ଼ିଆ ପୁଅ ପି ନାଏକ):ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ୩୭୦ ଧାରା ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଆଗତ ପିଟିସନକୁ ସ୍ୱତନ୍ତ୍ର ସାମ୍ବିଧାନିକ ବେଞ୍ଚ ନିକଟକୁ ପଠାଇଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ । ଏହି ଆବେଦନ ଗୁଡ଼ିକ ଉପରେ ଆଜି ଠାରୁ ଶୁଣାଣି ହେବ । ବିଚାରପତି ଏନ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ଖଣ୍ଡପୀଠରେ କଶ୍ମୀର ସମ୍ପର୍କିତ ସମସ୍ତ ମାମଲାର ଶୁଣାଣି ହେବ।

ଏହି ଖଣ୍ଡପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଏସ କେ କାଉଲ, ଆର. ସୁଭାଷ ରେଡ୍ଡୀ, ବି ଆର୍‌ ଗଭାଇ ଏବଂ ସୂର୍ଯ୍ୟକାନ୍ତ । ସେପ୍ଟୋମ୍ବର ୧୮ ତାରିଖରେ ସୁପ୍ରିମ କୋର୍ଟ ଧାର୍ଯ୍ୟ କରିଛନ୍ତି ଯେ ଅଯୋଧ୍ୟା ମାମଲାର ଶୁଣାଣି ଅକ୍ଟୋବର ୧୮ ସୁଦ୍ଧା ଶେଷହେବ। ପ୍ରଧାନ ବିଚାରପତି ରଂଜନ ଗୋଗେଇ ଆସନ୍ତା ନଭେମ୍ବର ୧୭ରେ ଅବସର ନେବେ। ତେଣୁ ତାଙ୍କ ଅବସର ପୂର୍ବରୁ ଏହି ମାମଲାର ରାୟ ପ୍ରକାଶ ନ ପାଇଲେ ବିଚାର ପ୍ରକ୍ରିୟା‌ ପୁଣିଥରେ ମୂଳରୁ ଆରମ୍ଭ କରିବାକୁ ପଡ଼ିବ