Odiapua.com

କାଶୀବିଶ୍ୱେଶ୍ୱର ମନ୍ଦିରର ବାର୍ଷିକ ଉତ୍ସବ

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ କାଶୀପୁର ଛକ ନିକଟରେ ଅବସ୍ଥିତ କାଶୀବିଶ୍ୱେଶ୍ୱର ମନ୍ଦିରର ୧୦ ମ ବାର୍ଷିକ ଉତ୍ସବ ୨ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ନିକଟସ୍ଥ ଲକ୍ଷ୍ମୀନାରାୟଣ ମନ୍ଦିର ପୁଷ୍କରିଣୀରୁ ୨୧ ଗୋଟି କଳସ ଘଟୋଉତୋଳନ କରାଯାଇ ବାଣ ବାଜା ରୋଷଣୀରେ ଗ୍ରାମ ବଜାର ପରିକ୍ରମା ପରେ ପୂଜା ମଣ୍ଡପର ଯଜ୍ଞ ସ୍ଥଳକୁ ଅଣାଯାଇଥିଲା। ପୂଜକ ନାରାୟଣ ଶତପଥୀ, ଶାନ୍ତୁନୁ କୁମାର ପଣ୍ଡା, ଗୋବିନ୍ଦ ଚନ୍ଦ୍ର ପଣ୍ଡା, କମଳାକାନ୍ତ ପାଢ଼ୀ, ବିନିତ୍ କୁମାର ଦାଶ ପ୍ରମୁଖ ଘଟଉତୋଳନ, ସୂର୍ଯ୍ୟପୂଜା, ଚଣ୍ଡୀ ପୂଜା, ରୁଦ୍ରାଭିଶେକ , ଗୋପୂଜା, ଯଜ୍ଞ ଆଦି ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଜଗନ୍ନାଥ ନାୟକ, ସୋମନାଥ ନାୟକ, ପ୍ରିୟନାଥ ନାୟକ, ସନ୍ଧ୍ୟାରାଣୀ ନାୟକ, ମମତା ନାୟକ, ଲିପିକା ନାୟକ ପ୍ରମୁଖ କର୍ତା କାର୍ଯ୍ୟ ତୁଲାଇଥିଲେ। ଶନିବାର ଦିନ ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ଉପସ୍ଥିତ ରହି ପ୍ରଭୁକୃପା ଲାଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବଗଦା କାଶିପୁର ଗ୍ରାମର ଗ୍ରାମବାସୀ ସହଯୋଗ କରିଥିଲେ।