Odiapua.com

କାଳ ବୈଶାଖୀ ପ୍ରଭାବରେ ପୁରୀରେ ଘଡ଼ ଘଡି ସହ ବର୍ଷା

ପୁରୀ ୬-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କାଳ ବୈଶାଖୀ ପ୍ରଭାବରେ ପୁରୀରେ ଘଡ଼ ଘଡି ସହ ବର୍ଷା ହୋଇଛି। ସକାଳ ୬ ଟା ୯ ଯାଏ ପୁରୀରେ ଘଡ଼ ଘଡି ସହ ଜୋର ବର୍ଷା ହୋଇଛି। ଫଳରେ ପୁରୀ ବାସୀ ଅସହ୍ୟ ଗର ରୁ ଆଶ୍ୱସ୍ତି ପାଇଛନ୍ତି। ଅନ୍ୟପଟେ ଆଗକୁ ସମ୍ଭାବ୍ୟ ବାତ୍ୟା ଥିବାରୁ କେତେକ ଲୋକଙ୍କ ଭିତରେ ମଧ୍ୟ ଏହି କାଳ ବୈଶାଖୀ ବର୍ଷାକୁ ସାମାନ୍ୟ ଭୟ ଥିବା ବେଳେ ବାତ୍ୟାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି। ସେପଟେ ସକାଳୁ ବର୍ଷା ଲାଗିରହିଥିବାରୁ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ଯାତାୟତରେ ଅସୁବିଧା ଭୋଗିଥିଲେ। ତେବେ ପୁରୀରେ ବର୍ଷା କମି ଥିଲେ ମଧ୍ୟ ଆକାଶ ମେଘାଚ୍ଛନ ରହିଛି।