Odiapua.com

କାଳୀପୂଜା ମେଳାରେ ପ୍ରେସ୍ ଗ୍ୟାଲେରୀକୁ ଉଦ୍‌ଘାଟନ କଲେ ଭଦ୍ରକ ବିଧାୟକ

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କାଳୀପୂଜା ଅବସରରେ ଆଜି ସନ୍ଧ୍ୟାରେ ଚରମ୍ପା ଟ୍ରାଫିକ ଛକରେ ଭଦ୍ରକ ସାମ୍ବାଦିକ ଙ୍କ ତରଫରୁ ଆୟୋଜିତ ପ୍ରେସ ଗ୍ୟାଲେରୀ କୁ ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଉଦଘାଟନ କରିଛନ୍ତି। ଏହି ଉତ୍ସବ ରେ ବରିଷ୍ଠ ସାମ୍ବାଦିକ ନିହାର ଦାସ, ପ୍ରମୋଦ ରାୟ, ଦୁର୍ଗା ଶଙ୍କର ବିଶ୍ୱାଳ, ଜ୍ଞାନ ପାଣି, ଅଶ୍ୱିନୀ ପାଢ଼ୀ, ରଶ୍ମି ସାହୁ,ରାଜେଶ ଦାସ, ପ୍ରଦୀପ ଦାସ, ଲାଲା ପ୍ରମୋଦ ରାୟ, ଜ଼ାହୀଦ ଖାନ, ଶୁଭବ୍ରତ ଯେନା, ରାମଚନ୍ଦ୍ର ଦାସ, ବରିଷ୍ଠ ଅଧିବକ୍ତା ଗଦାଧର ବଳ ପ୍ରମୁଖ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ମହାପାତ୍ର କହିଲେ ଯେ ସମାଜରେ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯାହା ସାଧାରଣ ଲୋକଙ୍କ ଦୃଷ୍ଟିକୁ ନଆସେ, ସେ ଘଟଣା ସାମ୍ବାଦିକଙ୍କ ନଜରକୁ ଆସେ। ଐତିହାସିକ କାଳୀପୁଜାରେ ଲକ୍ଷାଧିକ ଜନସାମାବେଶ ଦୃଷ୍ଟିରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଖବର ସଂଗ୍ରହ ପାଁଇ ପ୍ରେସ ଗ୍ୟାଲେରୀ ଆବଶ୍ୟକତା ଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କ ଏଭଳି ଦୁରଦୃଷ୍ଟି ସମ୍ପର୍ଣ୍ଣ କାର୍ଯ୍ୟ ବେଶ ପ୍ରଂଶସନୀୟ ବୋଲି ସେ କହିଥିଲେ। ସେ ଆହୁରି କହିଥିଲେଯେ ସାଧାରଣ ଲୋକଙ୍କ ଅପେକ୍ଷା ସାମ୍ବାଦିକ ଙ୍କ ନଜର ସ୍ୱତନ୍ତ୍ର।ବିଶେଷ କରି ବହୁ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀଙ୍କ ଅଭାବ ଅସୁବିଧା ଓ ବିଭନ୍ନ ସମସ୍ୟା ପ୍ରତି ନଜର ରଖିବା ସହ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱ ଠିକ ଭାବେ ନିଭାଉଛନ୍ତି କି ନାହିଁ ସେଥିପ୍ରତି ଦୃଷ୍ଟି ରଖି ପୂଜାକୁ ଅଧିକ ଶୃଙ୍ଖଳିତ କରିବା ଏହି ପ୍ରେସ ଗ୍ୟାଲେରୀ ର ମୁଖ୍ୟ ଆଭିମୁଖ୍ୟ ବୋଲି ବିଧାୟକ ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ମତ ରଖିଥିଲେ। ଅନ୍ୟପକ୍ଷରେ ପ୍ରଥମଥର ପାଇଁ ସାମ୍ବାଦିକ ମାନଙ୍କ ଏହି ମହତ ଭାବନାକୁ ସବୁ ମହଲରେ ସ୍ୱାଗତ କରାଯାଇଛି।