Odiapua.com

କାଳୀପୂଜାରେ ଯାତ୍ରୀମାନଙ୍କ ସୁରକ୍ଷା ଉପରେ ଅଗ୍ରାଧିକାର ଦିଆଯିବ, ଭଦ୍ରକ ରେଳବାଇ ପରାମର୍ଶ ଦାତା କମିଟି ବୈଠକରେ ନିଷ୍ପତି

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ରେଳ ଷ୍ଟସନ ପରିସରରେ ଥିବା କନଫରେନ୍ସ ହଲରେ ଅଧ୍ୟକ୍ଷ ବି. କେ. ପ୍ରଧାନଙ୍କ ଅଧ୍ୟକ୍ଷତାରେ ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବ ବୈଠକରେ ଷ୍ଟେସନକୁ ସମ୍ପୂର୍ଣ୍ଣ ସି.ସି. ଟିଭି ନଜରରେ ରଖିବାକୁ ହୋଇ ଥିବା ନିଷ୍ପତିକୁ କାଳୀପୂଜା ପୂର୍ବରୁ କାର୍ଯ୍ୟକାରୀ କରିବାକୁ ନିଷ୍ପତି ହୋଇଛି। ରେଲୱେ ଷ୍ଟେସନ ସମ୍ମୁଖରେ ମାଗଣା ଶୌଚାଳୟ ପ୍ରତିଷ୍ଠା, ରାଜପଥ ଠାରୁ ଷ୍ଟେସନ ସଂଯୋଗ କରୁ ଥିବା ରାସ୍ତା ଆବରୋଧ ମୁକ୍ତ କରିବା ସହ ଷ୍ଟେସନ ଭିତରେ ଏକ ବ୍ୟାଟେରୀ ଚାଳିତ ନିଃଶୁଳ୍କ ଗାଡି ଉପଲବ୍ଧ ପାଇଁ ସାଂସଦଙ୍କୁ ଅନୁରୋଧ କରିବାକୁ ନିଷ୍ପତି ହୋଇଛି। ସମ୍ଭାବ୍ୟ ବାତ୍ୟା ‘ଦାନା’ ଭଦ୍ରକ ଜିଲ୍ଲାରେ ସ୍ଥଳଭାଗ ଛୁଉଁ ଥିବାରୁ ଷ୍ଟେସନ ଭିତରେ ଏହାର ପ୍ରଭାବ ଉପରେ ପୂର୍ବ ପ୍ରସ୍ତୁତି ତଦାରଖ ବିଷୟରେ ହୋଇଥିବା ନିଷ୍ପତି ବିଷୟରେ ଶ୍ରୀ ପ୍ରଧାନ ସମ୍ୟକ ଅବଗତି କରିଥିଲେ। କାଳୀପୂଜା ଆଗରୁ ଷ୍ଟେସନ ପାର୍ଶ୍ୱବର୍ତି ରାସ୍ତାକୁ ପ୍ରଶସ୍ଥି କରଣ ଓ ମରାମତି ପାଇଁ ପୌରପାଳିକା କାମ ଅରମ୍ଭ କରିବା ପାଇଁ ଯାଉଥିବାରୁ , ରେଳବାଇ ଆବଶ୍ୟକୀୟ ସହଯୋଗ କରିବ। ଏହି ବୈଠକରେ ପରାମର୍ଶଦାତା କମିଟିର ସଦସ୍ୟ ସୀତାକାନ୍ତ ଦାସ, ରମେଶ ବେହେରା, ଅଧିବକ୍ତା ଗଦାଧର ବଳ, ଅଧିବକ୍ତା ଅତିସ କୁମାର ବେହେରା, ବ୍ରଜ ସୁନ୍ଦର ନାୟକ, ଷ୍ଟେସନ ମେନେଜର ସୁବାସ ଚନ୍ଦ୍ର ସାହୁ, ଭଦ୍ରକ ସି.ସି.ଆଇ, ଏସ.କେ. ବେହେରା, କାର୍ମିକ ବିଭାଗ କନିଷ୍ଠ ଯନ୍ତ୍ରୀ ଜେ ସାହୁ, ସ୍ୱାସ୍ଥ୍ୟ ଅଧିକାରୀ ପିସି ବାରିକ, ବୁକିଂ ସୁପର ଭାଇଜର ଆଲୋକ ମଣ୍ଡଳ, ଡିଭିଜିନାଲ ଟ୍ରାଫିକ ଇନିସ୍ପେକ୍ଟର ଏ.କେ ସାମଲ, ଟିକଟ ଇନିସ୍ପେକ୍ଟର ଆର.ସି ବେହେରା, ରେଳବାଇ ସୁରକ୍ଷା ବଳ ଆସିଷ୍ଟାଂଟ ସବ ଇନିସ୍ପେକ୍ଟର ପି.ଏସ ଦାସ, ଅଫିସ ସୁପରିଟେଣ୍ଡେଟ ଏନ. ବେହେରା ପ୍ରମୁଖ ଏହି ବୈଠକରେ ଯୋଗ ଦେଇ ଆଲୋଚନା ଅଂଶଗ୍ରହଣ କରିବା ସହ ନିଜ ନିଜର ମତ ରଖିଥିଲେ।