Odiapua.com

କାଳିରାମ ମାଝୀ ହେଲେ ମାଲକାନଗିରି ଜିଲ୍ଲା ଭାଜପା ଦଳର ସାଙ୍ଗଠନିକ ପ୍ରଭାରୀ

ମାଲକାନଗିରି,୨୩ା୭(ଓଡିଆ ପୁଅ )ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ରାଜ୍ୟରେ ୩୬ ଟିସ୍ଥାନରେ ସୁଦକ୍ଷ ବିଜେପି ବରିଷ୍ଠ ନେତାଙ୍କୁ ସାଂଗଠନିକ ପ୍ରଭାରୀ ନିଯୁକ୍ତି କରାଯାଇଛି ।ରାଜ୍ୟ ଭାଜପା ଦଳର ବରିଷ୍ଠ କାର୍ଯ୍ୟକର୍ତା କାଳୀରାମ ମାଝୀଙ୍କୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଭାଜପା ଦଳର ସାଂଗଠନିକ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ମାଝୀ ଙ୍କ ନିଜଘର ରାୟଗଡା ଜିଲ୍ଲାରେ ସେ ଜାତୀୟ ଏସଟି ମୋର୍ଚାର ଉପସଭାପତି,ରାଜ୍ୟ ବରିଷ୍ଠ କାର୍ଯ୍ୟକର୍ତା ଅଛନ୍ତି,ଗତ୨୦୧୪ମସିହାରେ ରାୟଗଡା ରୁ ଭାଜପାଦଳର ବିଧାୟକ ପ୍ରାର୍ଥୀ ଥିଲେ । ଶ୍ରୀ ମାଝୀଙ୍କୁ ମାଲକାନଗିରି ଜିଲ୍ଲାର ସାଙ୍ଗଠନିକ ପ୍ରଭାରୀ ଭାବେ ନିଯୁକ୍ତି କରାଯାଇଥିବାରୁ ମାଲକାନଗିରି ଭାଜପା ଜିଲ୍ଲାସଭାପତି ତଥା ବିଧାୟକ ଆଦିତ୍ୟମାଢି ଙ୍କ ସହିତ ଭାଜପା ନେତା ଓ କର୍ମୀ ମାନେ ନବ ନିଯୁକ୍ତ ପ୍ରଭାରୀଙ୍କୁ ସ୍ୱାଗତକରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।