Odiapua.com

କାଳିଆ ଯୋଜନା ନାମରେ ଅନ ଲାଇନରେ ଲକ୍ଷାଧିକ ଟଙ୍କା ଠକାଇ, ଜଣେ ଯୁବକ ଗିରଫ

ମାଲକାନଗିରି,୨୮ା୭(ଓଡିଆ ପୁଅ ) କାଳିଆ ଯୋଜନାରେ ସାମିଲ କରିବା ନାମରେ ଅନଲାଇନରେ ଲକ୍ଷାଧକ ଟଙ୍କା ଠକିନେବା ଘଟଣା ଲୋକ ଲୋଚନକୁ ଆସିଛି । ଏହି ଘଟଣାରେ ପୁଲିସ ଜଣେ ଯୁବକକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛନ୍ତି । ଏପରି ଅନଲାଇନ ଠକାମି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାସ୍ଥ ମୋଟୁ ଥାନା ଅନ୍ତର୍ଗତ ମାଦତଳାଗୁଡା ଗ୍ରାମରେ । ଗତ୨୪ତାରିଖରେ ଏମଭି୭୫ ଗ୍ରାମର ଫିନୋବ୍ୟଙ୍କ ଖୋଲିଥିବା ସରଜିତ ମଣ୍ଡଳ(୨୪) ନାମକ ଯୁବକ ଓଆର-୦୨-ଏଭି-୧୦୩୯ ନମ୍ବର ହୁଣ୍ଡାଇ କାର ଯୋଗେ ମାଦତଳାଗୁଡା ଗ୍ରାମକୁ ଯାଇ କାଳିଆ ଯୋଜନା ରେ ସାମିଲ କରିବା ପାଇଁ ଗ୍ରାମବାସୀ ମାନଙ୍କ ଠାରୁ ଆଧାରକାର୍ଡ, ଭୋଟରକାର୍ଡ, ରାସନ କାର୍ଡ,ବ୍ୟାଙ୍କଖାତା,ଜମିପଟା ଆଦି ସଂଗ୍ରହ କରି ସେମାନଙ୍କ ଫିଙ୍ଗର ପ୍ରିଟଂ ନେଇଥିଲେ ।ଅନଲାଇନରେ ଫର୍ମଦାଖଲ ହେବ କହି ପ୍ରତି ଫର୍ମ ପାଇଁ ୯୦ଜଣଙ୍କ ଠାରୁ ୧୦୦ଟଙ୍କା ଲେଖା ମୋଟ୯ହଜାର ଟଙ୍କା ସଂଗ୍ରହ କରିଥିଲେ । ତାପର ଦିନ ଗ୍ରାମର ୪୧ଜଣଙ୍କ ବ୍ୟାଙ୍କ ଜମାଖାତାରୁ ୧,୦୧୫୦୦ଟଙ୍କା ଟ୍ରାନ୍ସଫର ହୋଇ ଯାଇଥିଲା । ଏହା ଗ୍ରାମବାସୀ ମାନେ ଜାଣିବା ପରେ ଗତ୨୬ତାରିଖ ଦିନ ମୋଟୁଥାନାରେ ସରଜିତ ମଣ୍ଡଳଙ୍କ ନାମରେ ଟଙ୍କା ଠକାଇ ସଂପର୍କରେ ଏତାଲା ଦେଇଥିଲେ । ଏ ସଂପର୍କରେ ମୋଟୁ ଥାନା କେସ ନମ୍ବର , ୫୦/୨୦ ରେ ମକୋଦମା ରୁଜୁକରି ମୋଟୁ ଥାନା ଅଧିକାରୀ ସୁଶାନ୍ତ ସାହୁ ଓ ପୁଲିସ ସଦଳବଳ ଉକ୍ତ ଗ୍ରାମରେ ପହଁଚି ତଦନ୍ତ ଆରମ୍ଭ କରିଦେଇଥିଲେ । ଅନଲାଇନରେ ବ୍ୟାଙ୍କ ଜମାଖାତାରୁ ଟଙ୍କା ଠକି ନେବା ଅଭିଯୋଗରେ ଏମଭି୭୫ ଗ୍ରାମର ସରଜିତ ମଣ୍ଡଳଙ୍କୁ ଗତକାଲି ରାତ୍ରରେ ଗିରଫ କରାଯାଇ ଆଜି ସକାଳେ ତାଙ୍କୁ ମୋଟୁ ପୁଲିସ କୋର୍ଟ ଚାଲାଣ କରିଛନ୍ତି ।ତାଙ୍କ ନିକଟରୁ ଏକ ଲାପଟପ,ଏଣ୍ଡ୍ରଏଡ ଆପୋ ଫୋନ ସହ ଅନ୍ୟାନ କାଗଜପତ୍ର ସବୁ ପୁଲିସ ଜବତ କରି ଏହି ଅନଲାଇନ ଠକାଇରେ ଆଉକିଏ ଅଛିକି ନାହିଁ ସେ ସଂପର୍କରେ ଅଧିକ ତଦନ୍ତ ଚଳାଇଛନ୍ତି ।