Odiapua.com

କାଳିଆ ଯୋଜନାର ଟଙ୍କା ପାଇଁ ଏ ଅଫିସରୁ ସେ ଅଫିସ ଘୁରିବୁଲୁଛନ୍ତି ଆଦିବାସୀ ଚାଷୀ

ମାଲକାନଗିରି,୭ା୧(ଓଡିଆ ପୁଅ )ଗରିବ ଚାଷୀ ଙ୍କ ଉନ୍ନତି ପାଇଁ ରାଜ୍ୟସରକାରଙ୍କ  ପକ୍ଷରୁ କାଳିଆ ଯୋଜନାରେ ସେମାନଙ୍କ ଏକାଉଟଂକୁ ଟଙ୍କା ପଠା ଯାଉଛି ବୋଲି ଡିଣ୍ଡିମପିଟା ଯାଉଥିବା ବେଳେ ଆଧିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କିଛି ଗରିବ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟଙ୍କା ମିଳିନଥିବାର ଜଣାପଡିଛି । ଏହି ଟଙ୍କା ପାଇଁ ଗରିବ ଆଦିବାସୀ ଚାଷୀମାନେ ବାରମ୍ବାର ଖର୍ଚାନ୍ତ ହୋଇ ଏ ଅଫିସରୁ ସେ ଅଫିସ ଘୁରିବୁଲିବାସହ ମାଲକନଗିରି ଜିଲ୍ଲାସଦର ମହକୁମା କୁ ଆସି ତହସଲି,କୃଷିବିଭାଗ,ଜିଲ୍ଲାପାଳ,ବ୍ଲକ କାର୍ଯ୍ୟାଳୟ କୁ ଦୌଡୁଛନ୍ତି । ମାଲକାନଗିରି ବ୍ଲକସ୍ଥ ସତିଗୁଡା ତାଳଗୁଡା ଗ୍ରାମର ମହିଳା ଚାଷୀ ଭଗବତୀ ସଗରିଆ,ସମ୍ବାରୀ ସଗରିଆ,କୁମାରୀ ସଗଡିଆ,କେନ୍ଦୁ ସଗଡିଆ,ରେଣୁ ସଗରିଆ,ଚମ୍ପାହରିଜନ,ସୁକାନ୍ତି ନାୟକ,ସୁରଜନାଗ,ତୁଲସା ହରିଜନ,ବାସନ୍ତି ନାଗ,ପ୍ରମୁଖ ମହିଳା ମାନେ ତହସିଲଅଫିସରେ ପହଁଚି ସେମାନଙ୍କ ଏକାଉଟଂରେ କାଳିଆ ଯୋଜନାର ଟଙ୍କା ଜମା ହୋଇନାହିଁ ବୋଲି ଅଭିଯୋଗ କରିଥିଲେ । ଏଠାରେ କାଳିଆ ଯୋଜନାର କିଛି ସଂପର୍କ ନାହିଁ କହି ତହସିଲ ଅପିସର କିଛି କର୍ମଚାରୀ ସେମାନଙ୍କୁ ଫେରାଇ ଦେବାପରେ ସେମାନେ କୃଷିଅଧିକାରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଯାଇ ସେମାନଙ୍କୁ କେବେ କାଳିଆ ଯୋଜନାର ଟଙ୍କା ମିଳିବ ସଠିକ ତଥ୍ୟ ନପାଇ ନିରାଶ ହୋଇ ଘରକୁ ଫେରିଯାଇ ଥିବାର ଜଣାପଡିଛି ।