Odiapua.com

କାଳିଆରୁ ବାଦ ପଡିବେ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ଵର,୧୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):କାଳିଆ ଯୋଜନାରୁ ବାଦ ପଡିବେ ଅଯୋଗ୍ୟ ହିତାଧିକାରୀ । ଏହି ଚିହ୍ନଟ ପ୍ରକ୍ରିୟାର ଆଜି ଶେଷ ଦିନ ହୋଇଥିବା ବେଳେ ପୂର୍ବରୁ ଏ ପ୍ରସଙ୍ଗରେ ରାଜ୍ୟ ସରକାର ବିଜ୍ଞାପନ ଦେଇଥିଲେ। ପଞ୍ଚାୟତ କାର‌୍ୟ୍ୟାଳୟରେ ମଧ୍ୟ ହିତାଧିକାରୀଙ୍କ ତାଲିକା ମରାଯାଇଥିଲା। ଯେଉଁମାନେ ଯୋଗ୍ୟ ନୁହନ୍ତି, ସେମାନେ ଅଯୋଗ୍ୟ ହିତାଧିକାରୀ ଭାବେ ଆବେଦନ କରି କାଳିଆ ଟଙ୍କା ଫେରାଇପାରିବେ।

ଏଥି ପାଇଁ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦିଆଯାଇଥିଲା। ଏହା ସହ ଅଯୋଗ୍ୟ ହିତାଧିକାରୀଙ୍କ ବାବଦରେ ଯେ କୌଣସି ବ୍ୟକ୍ତି ତଥ୍ୟ ଦେଇପାରିବେ।