Odiapua.com

କାଳବୈଶାଖୀ ଝଡ଼ତୋଫାନରେ ଉପୁଜିଲା ଗଛ ବିଦ୍ୟୁତ୍ ଖୁଂଟ, ଉଡ଼ିଗଲା ଅପେରା ଟେଣ୍ଡ ଓ ଛପର ଘର, ୪ ପଂଚାୟତର ୨୪ ଗାଁରେ ବିଜୁଳି ଠଫ

ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶନିବାର ଅପରାହ୍ନରେ କାଳବୈଶାଖୀ ଝଡ଼ତୋଫାନରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଖୁଂଟି ଉପୁଡ଼ି ପଡ଼ିଛି। ଫଳରେ ଆଖଣ୍ଡଳମଣି- ଭଦ୍ରକ ମୁଖ୍ୟରାସ୍ତା ସହ ସମସ୍ତ ରାସ୍ତାରେ ବଡ଼ବଡ଼ ଗଛ ପଡିରହିଥିବାରୁ ଗାଡି ଚଳାଚଳ ବନ୍ଦ ହୋଇଯାଇଛି। ସେହିପରି ଦୋହରା ପାଟଣା ସହ ଅନେକ ସ୍ଥାନରେ ଅପେରା ଟେଣ୍ଡରକୁ ପବନ ଉଡାଇନେଇଥିବାରୁ ଲକ୍ଷାଧିକ ଟଙ୍କାର ଜିନିଷପତ୍ର କ୍ଷୟକ୍ଷତି ଘଟିଛି। ବିଦ୍ୟୁତ ଖୁଂଟି ଅନେକ ସ୍ଥାନରେ ଉପୁଡ଼ି ପଡ଼ିଥିବାରୁ ଆରଡି, ନାନ୍ଦପୁର, ସୁନ୍ଦରପୁର ଓଳଗ ୪ଟି ପଂଚାୟତର ୨୪ଗୋଟି ଗାଁରେ ବିଜୁଳି ଠଫ ହୋଇଯାଇଛି। ସେହିପରି ମଣ୍ଡିରେ ପଡ଼ି ରହିଥିବା ଧାନ ବସ୍ତା ବର୍ଷାରେ ଓଦା ହୋଇଯାଇଛି।