Odiapua.com

କାର ସହ ଯୁବକ ଗିରଫ, ୧୧ ଗ୍ରାମ ବ୍ରାଉନ ସୁଗାର ଜବତ

ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଏବେ ରାଜ୍ୟରେ ବ୍ରାଉନ ସୁଗାରର ପେଣ୍ଠ ସ୍ଥଳି ପାଲଟି ଥିବାବେଳେ ସହରାଞ୍ଚଳ ଥାନା ପୋଲିସ ଆପର୍ତିବିନ୍ଧା ମିର ସାହିରୁ ଏକ କାର ସହ ଜଣେ ଯୁବକ ନିକଟରୁ ୧୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ ହେବ। ଜିଲ୍କା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଗିରଫ ମିରସାହିର ଯୁବକ ସେକ କୌସର କିଛି ଦିନ ହେବ ସେମାନଙ୍କ ସ୍କାନରରେ ଥିଲା। ଫଳରେ ଆଜି ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଥାନାଧିକାରୀ ମନୋହର ପାତ୍ର,ସବ ଇନିସ୍ପେକଟର ଅଧିକାରୀ ମହାପାତ୍ର,ପ୍ରବୀଣ ଗିରି, ହାବିଲଦାର ସୁକାନ୍ତ ପାଢ଼ୀ ଓ ମନୋଜ ପ୍ରଧାନ ମିର ସାହିରୁ ତାକୁ ଏକ ରିନୋଲଟ କାର ଭିତରୁ ବ୍ରାଉନ ସୁଗାର ସହ ଗିରଫ କରିଛନ୍ତି।